ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଯୁବକ

Published By : Prameya-News7 Bureau | August 05, 2022 IST

ଖୋର୍ଦ୍ଧା ୫।୮: ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ।  ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।  ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପୋଡ଼ାଡିହ ସରକାରୀ ବିଦ୍ୟାଳୟରେ । ଏହା ଗତ ଦୁଇ ତାରିଖର ଘଟଣା ।

ସୂଚନାଯୋଗ୍ୟ ଯେ, ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ପାଖରେ ରହୁଥିବା ଜଣେ ଯୁବକ ଡ଼ାକିନେଇ ଚକୋଲେଟ ଖାଇବାକୁ ଦୁଇ ଟଙ୍କା ଦେଇଥିଲେ । ତାଙ୍କ ଡ୍ରେସ୍ ଖୋଲିବା ସମୟରେ ଛାତ୍ରୀ ଜଣଙ୍କ ପାଟି କରି ଖସି ପଳାଇ ଆସିଥିଲେ। ଘରକୁ ଆସି ମା’କୁ ସବୁକଥା କହିଥିଲେ । ସ୍କୁଲକୁ ଛାତ୍ରୀଙ୍କ ଅଭିଭାବକ ଆସି ଅଭିଯୋଗ କରିବା ପରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା । ପରେ ଅଭିଯୁକ୍ତକୁ ବାଘମାରୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.