ଲଭ୍-ସେକ୍ସ-ଧୋକ୍କା : ନାବାଳିକା ପ୍ରେମିକାକୁ ବଦନାମ୍ କରି ବନ୍ଧାହେଲା ପ୍ରେମିକ

Published By : Prameya-News7 Bureau | December 06, 2019 IST

ଲକ୍ଷ୍ମୀପୁର ୬।୧୨: ପ୍ରେମର ଡ୍ରାମା କରି ଇଜ୍ଜତ ଲୁଟିଲା, ନାବାଳିକା ପ୍ରେମିକାକୁ ଗର୍ଭଭତୀ କରି ଫେରାର ହେଲା । ନାରୀ ନିର୍ଯାତନା ରୋକିବାକୁ ସରକାର ଯେତେ ଆଇନ ଆଣିଲେ ମଧ୍ୟ ତାହା କମିବାର ନାଁ ନେଉନି । ଦୁଷ୍କର୍ମର ଶିକାର ହେଉଛନ୍ତି ନାବାଳିକା । କେତେକ ନାବାଳିକା ଲୋକ ଲଜ୍ଜା ପାଇଁ ଜୀବନ ହାରୁଛନ୍ତି ତ କେତେକ ଅଭିଯୁକ୍ତଙ୍କୁ ଉଚିତ୍ ଶାସ୍ତି ଦେବା ପାଇଁ ଲଢେଇ କରୁଛନ୍ତି ।

{"id":194511,"sizeSlug":"large"}

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନାରେ ଏଭଳି ଏକ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ପଢୁଥିବା ଜଣେ ଆଦିବାସୀ ନାବାଳିକା ଲକ୍ଷ୍ମୀପୁରଠାରେ ଏକ ଭଡା ଘର ନେଇ ରହୁଥିଲେ । ସେଠାରେ ରହିବାର କିଛିଦିନ ପରେ ଚମ୍ପି ଗାଁର ଜଣେ ଆଦିବାସୀ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଦେଇଥିଲେ । ପରେ ଲକ୍ଷ୍ମୀପୁର ନିକଟ କୁଟିଙ୍ଗା ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ବିବାହର ପ୍ରତିଶ୍ରୁତି ଦେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । କିଛିଦିନ ପରେ କଲେଜ ଛୁଟି ହେବାରୁ ନାବାଳିକା ଜଣଙ୍କ ଗାଁକୁ ଚାଲିଯାଇଥିଲା । କିନ୍ତୁ ଯୁବକ ଜଣଙ୍କ ପୁଣି ତାଙ୍କୁ କୋରାପୁଟ ଡକାଇଥିଲେ । ନାବାଳିକା ଜଣଙ୍କ କୋରାପୁଟ ଆସିଥିଲେ । ସେଠାରୁ ଯୁବକଙ୍କୁ ଫୋନ୍ କରିଥିଲେ ମାତ୍ର ଯୁବକ ଜଣଙ୍କ ଆଉ ନାବାଳିକାଙ୍କ ଫୋନ୍ ଉଠାଇନଥିଲେ । ଶେଷରେ ବାଧ୍ୟ ହୋଇ ନାବାଳିକାଙ୍କୁ ଫେରିଯାଇଥିଲେ ।

{"id":194512,"sizeSlug":"large"}

କିଛିଦିନ ଗାଁରେ ରହିବାପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଲା ।ନାବାଳିକା ଜଣଙ୍କ ନିଜ ପରିବାର ଲୋକଙ୍କୁ ଏକଥା ଜଣାଇବା ପରେ ପରିବାର ଲୋକେ ଯୁବକଙ୍କ ଗାଁକୁ ଯାଇ ଯୁବକଙ୍କ ପରିବାରଲୋକଙ୍କ ସହ କଥାହୋଇ ଆଲୋଚନା କରିଥିଲେ । ଉଭୟଙ୍କ ବିବାହ କରିବା ଲାଗି ମଧ୍ୟ ପ୍ରସ୍ତା ବ ଦେଇଥିଲେ । ହେଲେ ଯୁବକଙ୍କ ପରିବାରଲୋକ ସେମାନଙ୍କୁ ଘରୁ ତଡି ଦେଇଥିଲେ । ଫଳରେ ଲକ୍ଷ୍ମୀପୁର ପୋଲିସର ଦ୍ବାରସ୍ଥ ହୋଇଥିଲେ ନାବାଳିକାଙ୍କ ପରିବାରଲୋକ । ଅଭିଯୋଗ ପରେ  ଯୁବକଙ୍କୁ ପୋକ୍ସୋ ଆକ୍ଟରେ ଲକ୍ଷ୍ମୀପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକାଙ୍କୁ କୋରାପୁଟ ସ୍ଥିତ ବାଳସୁଧାର ଗୃହରେ ଛଡାଯିବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.