ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଆଦିବାସୀ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

14/12/2020 at 9:23 AM

କଣ୍ଟାବାଞ୍ଝି ୧୪।୧୨: ଆଦିବାସୀ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରି କେସ୍ ନମ୍ବର ୨୯୬/୨୦ରେ ମାମଲା ରୁଜୁ କରି ଜଣେ ଯୁବକକୁ ଗିରଫ କରାଯାଇଛି ।

ଅଭିଯୋଗ ଅନୁସାରେ ଗତ ୧୧ତାରିଖ ରାତି ୧୦ଟା ସମୟରୁ ୧୭ ବର୍ଷ ବୟସ୍କ ଆଦିବାସୀ ନାବାଳିକା ଝିଅ ଘରେ କାହାକୁ କିଛି ନକହି କୁଆଡେ ବାହାରିଯାଇଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କଲା ପରେ ଝିଅକୁ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମନି ଚିନାଗୁନ ନାମକ ଯୁବକ ଅପହରଣ କରି ନେଇ ତା ନିଜ ଘରେ ରଖିବା ସହ ଦୁଷ୍କର୍ମ କରିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ବାରମ୍ବାର ଝିଅ ସହ  ଦୁଷ୍କର୍ମ କରିଥିଲା ।

କଣ୍ଟାବାଞ୍ଝି ଥାନାକୁ ଅଭିଯୋଗ ଆସିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ନାବାଳିକା ଝିଅକୁ ପୁଅ ଘରୁ ଉଦ୍ଧାର କରି ଯୁବକକୁ ଗିରଫ କରିଥିଲା । କଣ୍ଟାବାଞ୍ଝି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ଏହି ମାମଲାର ତଦନ୍ତ କରୁଥିବା ବେଳେ ଗିରଫ ଯୁବକକୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

   Related Posts