ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ, ଶେଷରେ ପ୍ରତାରଣା କଲେ ପ୍ରେମିକ : ନାବାଳିକା ଏବେ ଥାନାର ଦ୍ବାରସ୍ଥ

Published By : Prameya-News7 Bureau | December 17, 2020 IST

ସୋର ୧୭।୧୨: ପ୍ରଥମେ ପ୍ରେମ, ତାପରେ ଶାରିରୀକ ସମ୍ପର୍କ, ଶେଷରେ ପ୍ରତାରଣା । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଛନ୍ତି ପ୍ରେମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମଙ୍ଗଳପୁର ଅଞ୍ଚଳରେ ।

ଉଲ୍ଲେଖଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଯଶୁଆପୁର ଅଞ୍ଚଳର ଜଣେ ଯୁବକ ମଙ୍ଗଳପୁର ଅଞ୍ଚଳରେ ଚାଲିଥିବା କେନାଲ କାମରେ ଶାରଳା ପ୍ରୋଜେକ୍ଟରେ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟ କରୁଥିଲା । ଫଳରେ ସେ ସେହି ଅଞ୍ଚଳରେ ଭଡାରେ ରହିଆସୁଥିଲା । ସଂପୃକ୍ତ ଯୁବକଙ୍କର ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏମିତି କିଛି ଦିନ ଗଲା ପରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ସଂପୃକ୍ତ ଯୁବକ । ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ଫଳରେ ନୀରିହ ନାବାଳିକା ଜଣଙ୍କ ସଂପୃକ୍ତ ଯୁବକଙ୍କ କଥାକୁ ବିଶ୍ବାସକୁ ନେଇ ଯାଇଥିଲେ ।

କିଛି ଦିନ ଏମିତି କଟିବା ପରେ ଏବେ ବିବାହ କରିବାକୁ ସଂପୃକ୍ତ ଯୁବକ ଜଣଙ୍କ ଅରାଜି ହୋଇଥିଲେ । ବିବାହ ପାଇଁ କହିବାରୁ ନାବାଳିକାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ଶେଷରେ ବାଧ୍ୟ ହୋଇ ନାବାଳିକା ଜଣଙ୍କ ସୋର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.