ପ୍ରତିଦ୍ୱନ୍ଦ୍ୱୀ ଆପଣଙ୍କ ଶତ୍ରୁ ନୁହେଁ: ବିଜେପିର ବିଜ୍ଞାପନ ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 27, 2024 IST

internet

କୋଲକାତା: ବିବାଦୀୟ ବିଜ୍ଞାପନ ନେଇ ବିଜେପିକୁ ତାଗିଦ କଲେ ସୁପ୍ରିମକୋର୍ଟ। ଏବଂ ବିଜ୍ଞାପନ ସମ୍ପର୍କିତ ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ତୃଣମୂଳ କଂଗ୍ରେସ ବିରୋଧରେ ବିଜେପି ଏହି ବିଜ୍ଞାପନ ପ୍ରସ୍ତୁତ କରିଥିଲା। ଯାହାକୁ ନେଇ ହାଇକୋର୍ଟରେ ମାମଲା ହେବା ପରେ କଲିକତା ହାଇକୋର୍ଟ ବିଜ୍ଞାପନକୁ ବ୍ୟାନ୍ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ୍ କରି ପଶ୍ଚିମବଙ୍ଗ ବିଜେପି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ସୋମବାର ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି।   

 ସୋମବାର ଭେକେସନ ଖଣ୍ଡପିଠର ଦୁଇ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ ଓ କେଭି ବିଶ୍ୱନାଥନ ମାମଲାର ଶୁଣାଣି କରିଥିଲେ। ବିଜେପି ପକ୍ଷରୁ କେସ୍‌ ଲଢ଼ୁଥିବା ବରିଷ୍ଠ ଓକିଲ ଏସ୍‌ଏସ୍ ପଟୱାଲିଆ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ବିଜ୍ଞାପନ ତଥ୍ୟ ଆଧାରିତ। ଏଥିରେ କୌଣସି ସମସ୍ୟା ନାହିଁ। ଉତ୍ତରରେ ଜଷ୍ଟିସ ବିଶ୍ୱନାଥନ କହିଛନ୍ତି “ଆମେ ବିଜ୍ଞାପନଟିକୁ ଦେଖିଛୁ। ପ୍ରାଥମିକ ପର୍ଯ୍ୟାୟରେ ବିଜ୍ଞାପନଟି ନିର୍ଦ୍ଦିଷ୍ଟଙ୍କ ପ୍ରତି ଅପମାନଜନକ ମନେ ହେଉଛି। ଆପଣ ନିଜକୁ ବେଷ୍ଟ କହିପାରନ୍ତି। ହେଲେ ଆମେ ଅଧିକ କଟୁକ୍ତିକୁ ପ୍ରୋତ୍ସାହନ ଦେବାକୁ ଆମ ହାତ ବଢ଼ାଇବୁ ନାହିଁ। ଏହା ଭୋଟରଙ୍କ ସ୍ୱାର୍ଥରେ ନାହିଁ। ଆପଣଙ୍କର ପ୍ରତିନ୍ଦ୍ୱନ୍ଦୀ ଆପଣଙ୍କର ଶତ୍ରୁ ନୁହଁନ୍ତି।” 

ଜଷ୍ଟିସ୍ ମାହେଶ୍ୱରୀ କହିଛନ୍ତି “ଏହି ଘଟଣାକୁ ଏତେ ବଢ଼ାନ୍ତୁ ନାହିଁ। ଆମେ ଏଥିରେ ହସ୍ତକ୍ଷେପ କରିବୁ ନାହିଁ।” ଏହାପରେ ବିଜେପି ଓକିଲ ପଟୱାଲା ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରି ନେଇଥିଲେ। ହେଲେ ପୂର୍ବରୁ ବିଚାର କରିଥିବା କଲିକତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠଙ୍କ ପାଖରେ ମାମଲାକୁ ପୁଣିଥରେ ଉଠାଇବେ ବୋଲି ବିଜେପି ଓକିଲ କହିଥିଲେ। ଏହାପରେ ସୁପ୍ରିମକୋର୍ଟ ପଟିୱାଲାଙ୍କୁ ଅନୁମିତି ଦେଇ ମାମଲାକୁ ରଦ୍ଦ କରିଥିଲେ।

ମେ ୨୦ ତାରିଖରେ ହାଇକୋର୍ଟ ବିଚାରପତି ସବ୍ୟସାଚୀ ଭଟ୍ଟଚାର୍ଯ୍ୟ ବିଜେପିକୁ ବିଜ୍ଞାପନ ପ୍ରଚାର କରିବା ଉପରେ ରୋକ୍ ଲଗାଇଥିଲେ। ଜୁନ ୪ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଜେପି ଟିଏମ୍‌ସି ବିରୋଧରେ କୌଣସି ପ୍ରକାର ଅପମାନଜକ ବିଜ୍ଞାପନ ପ୍ରଚାର କରିପାରିବ ନାହିଁ ବୋଲି ଡଷ୍ଟିସ ଭଟ୍ଟାଚାର୍ଯ୍ୟ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.