ସାବଧାନ ! ଇଣ୍ଟରନେଟରେ ଥିବା ଆପଣଙ୍କ ପ୍ରୋଫାଇଲ ବିକ୍ରି ହେଉଛି ମାତ୍ର ୧୪୦ ଟଙ୍କାରେ

Published By : Prameya-News7 Bureau | May 19, 2019 IST

ନୂଆଦିଲ୍ଲୀ ୧୯/୫ : ଇଣ୍ଟରନେଟରେ ଥିବା ଆପଣଙ୍କ ବ୍ୟକ୍ତିଗତ ଡାଟା ଏବଂ ଆର୍ଥିକ ସୂଚନା ଡାର୍କ ୱେବରେ ୧୪୦ ଟଙ୍କାରେ ବିକ୍ରି ହେଉଛି । କେବଳ ହ୍ୟାକର ନୁହଁ, ବରଂ ବଡ ବଡ କମ୍ପାନୀ ଏବଂ ବଜାର ସହ ଜଡିତ ରିସର୍ଚ୍ଚ କରୁଥିବା ଲୋକ ଏହି ଡାଟାକୁ ଲୁଚା ଛପା ଭାବେ କିଣୁଛନ୍ତି । ଇଣ୍ଟରନେଟରେ ଥିବା ଏକ ବିଶେଷ ସଫ୍ଟୱେୟାର ଜରିଆରେ ଲୋକଙ୍କ ପାସୱାର୍ଡ, ମୋବାଇଲ ନମ୍ବର, ଓ ଇ-ମେଲକୁ କିଣାଯାଉଛି । ଏଭଳି ସ୍ଥିତିରେ ଆପଣଙ୍କୁ ଟିକିଏ ସଚେତନ ହେବ ନିହାତି ଆବଶ୍ୟକ ।

{"id":113587}

ଲୋକଙ୍କ ବ୍ୟକ୍ତିଗତ ଡାଟା ସାଇବର ଆଟାକ ପ୍ଲାନ କରିବା ପାଇଁ, କନ୍ଜ୍ୟମର ବିହେବିୟର ଚେକ୍ କରିବା ପାଇଁ କିମ୍ବା ଫ୍ରିରେ ଭିଡିଓ ଷ୍ଟ୍ରିମିଙ୍ଗ ୱେବସାଇଟ୍ ଆକ୍ସେସ୍ କରିବା ପାଇଁ ବ୍ୟବହାର କରାଯାଉଛି ।

{"id":113588,"width":576,"height":382}

ଯଦି ଆପଣ ଗୋଟିଏ ହିଁ ପାସୱାର୍ଡ ଅଧିକ ଆକାଉଣ୍ଟରେ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ଉପରେ ବିପଦ ରହିଛି ବୋଲି ଜାଣିବେ । ଯେଉଁମାନଙ୍କ ଅଲଗା ଅଲଗା ପାସୱାର୍ଡ଼ ମଧ୍ୟ ସମାନ ପ୍ରକାର ରହିଥାଏ ତାଙ୍କ ପାଇଁ ମଧ୍ୟ ବିପଦ ରହିଛି । ସେଥିପାଇଁ ଇ-ମେଲ, ସୋସିଆଲ ମିଡ଼ିଆ ପ୍ରୋଫାଇଲ ଏବଂ ବ୍ୟାଙ୍କ ଖାତା ପାଇଁ ଅଲଗା ଅଲଗା ପାସୱାର୍ଡ଼ ବ୍ୟବହାର କରିବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.