Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆପଣଙ୍କ କାରର ସ୍ବାସ୍ଥ୍ୟ ଖରାପ କରିପାରେ ବର୍ଷା: ଏଥିରୁ କାରକୁ ବଞ୍ଚାଇବା ନିମନ୍ତେ କିଛି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

5/09/2018 at 6:03 PM

ନୂଆଦିଲ୍ଳୀ ୫/୯: ବର୍ଷାରେ ମଧ୍ୟ ନିଜ ଗାଡ଼ିର ଯତ୍ନ ନେବା ନିହାତି ଜରୁରୀ ଯଦି କିଛି ଜିନିଷ ପ୍ରତି ଧ୍ୟାନ ରଖାଯାଏ ତେବେ ଆପଣ ନିଜ ଗାଡ଼ିକୁ ଫିଟ୍ ରଖିପାରିବେ।
କାର୍ ହେଉ କିମ୍ବା ବାଇକ୍,ଟାୟାର୍ର ଅବସ୍ଥା ଠିକ୍ ଥିବା ଦରକାର ଖାସ୍ କରି ବର୍ଷାଦିନରେ ଟାୟାର୍ ଠିକ୍ ଥିବା ଦରକାର କାରଣ ରାସ୍ତାରେ ପାଣି ଜମିବା ଯୋଗୁଁ ସନ୍ତସନ୍ତିଆ ହୋଇଯାଏ ।ସେତେବେଳେ ଯଦି ଟାୟାର୍ ଖରାପ ହୋଇଯିବ ତେବେ ବ୍ରେକ୍ ଲାଗିବ ନାହିଁ। ଗାଡ଼ିର ବ୍ରେକ୍କୁ ବି ଚେକ୍ କରିବେ ଯଦି ଏହା ଢିଲା ହୋଇଯାଇଥିବ ତାହେଲେ ବଦଳାଇଦେବେ।
ବର୍ଷାଦିନେ ଅଧିକାଂଶ ସମୟରେ ଗାଡ଼ିର ଚେସିସ୍ ଭିତରେ ପାଣି ଜମିଯାଏ ଯାହା ଫଳରେ ଗାଡ଼ିକୁ କ୍ଷତି ପହଞ୍ଚିଥାଏ। ସେଥିପାଇଁ ସର୍ଭିସ୍ ସେଣ୍ଟର୍ ଯାଇ ଚେସିସ୍ ଭିତର ପାଣିକୁ ବାହାର କରିଦେବେ।
ଅଧିକାଂଶ ଦେଖିବାକୁ ମିଳେ ଗାଡ଼ିର ଟେଲ୍ଲାଇଟ୍ ଏବଂ ହେଡ୍ଲାଇଟ୍ ଠିକ୍ ଭାବରେ କାମ କରେ ନାହିଁ ଏବଂ କେତେ ଥର ଆକ୍ସିଡେଣ୍ଟର କାରଣ ବନିଥାଏ ।ବର୍ଷାଦିନେ ରାତି ସମୟରେ ଲାଇଟ୍ର ଆବଶ୍ୟକତା ପଡ଼ିଥାଏ ସେଥିପାଇଁ ହେଡଲାଇଟ ଏବଂ ଟେଲ୍ଲାଇଟ୍କୁ ଠିକ୍ ରଖନ୍ତୁ।
ବର୍ଷାଦିନେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେବେ ଆପଣ ଆପଣଙ୍କ ଗାଡ଼ିକୁ ଘୋଡ଼ାଇ ରଖନ୍ତି ଯାହା ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କାରଣ ଏହାଦ୍ବାରା କଳଙ୍କି ଲାଗିବାର ଆଶଙ୍କା ଥାଇପାରେ।ଏଥିପାଇଁ ଯେତେବେଳେ ବର୍ଷା ହେଉଥିବ ସେତେବେଳେ ଗାଡ଼ିକୁ ଘୋଡ଼ାନ୍ତୁ ନାହିଁ।
ଯଦି ଆପଣଙ୍କ ଗାଡ଼ି ବର୍ଷାରେ ଓଦା ହୋଇଛି ତେବେ ଏହା ପରେ ଏହାକୁ ସଫା କରିବା ଅତ୍ୟନ୍ତ ଜରୁରୀ କାରଣ ବର୍ଷା କାରଣରୁ କେତେକ ସ୍ଥାନରେ ପାଣି ପଶି ଯାଇଥାଏ ଏବଂ ଯଦି ଏହାକୁ ବାହାର ନ କରାଗଲା ତେବେ କଳଙ୍କି ଲାଗିଥାଏ।

   Related Posts