ବଡ଼ଦାଣ୍ଡରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ; ଦୁର୍ବୃତ୍ତ ଫେରାର
30/03/2023 at 5:21 PM

ପୁରୀ ୩୦/୦୩: ପୁଣି ପୁରୀ ବଡ଼ଦାଣ୍ଡରେ ରକ୍ତପାତ। ବ୍ୟବସାୟକୁ କେନ୍ଦ୍ରକରି ମର୍ଚ୍ଚିକୋଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ପରିଚୟ ଦେବାଶିଷ ଭୋଳ। ଦେବାଶିଷଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମରୀଚ ଠାକୁରାଣୀ ମନ୍ଦିର ଆଗରେ ଖଟ ପକାଇବାକୁ ନେଇ ଦେବାଶିଷଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଦେବାଶିଷଙ୍କ ମାଳି ଦୋକାନ ଆଗରେ ଆଉ କିଛି ବ୍ୟବସାୟୀ ଜୋରଜବରଦସ୍ତ ଖଟ ପକାଇବାକୁ ଉଦ୍ୟମ କରୁଥିଲେ। ଏହାକୁ ଦେବାଶିଷ ବିରୋଧ କରିବାରୁ ଦୁବୃର୍ତ୍ତମାନେ ତାଙ୍କୁ ଲୁହା ପାଇପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି।