ଉଧାର ଦେଇ ଟଙ୍କା ଫେରିନପାଇବାରୁ ଯୁବକଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍ରେ ସରକାରୀ ଅଧିକାରୀଙ୍କ ନାଁ
13/12/2022 at 6:57 PM

କୋରାପୁଟ, ୧୩/୧୨: ଟଙ୍କା ଉଧାର ଦେଇ ଯୁବକଙ୍କ ଆତ୍ମହତ୍ୟା। ବାଗରା ଜଳ ଭଣ୍ଡାରରେ ଭାସୁଥୁବା ଅବସ୍ଥାରେ ବିରେନ୍ଦ୍ର ମଲିକ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିରେନ୍ଦ୍ରଙ୍କ ଆତ୍ମହତ୍ୟା ଜନିତ ହାତଲେଖା ଚିଠିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆତ୍ମହତ୍ୟା ପୁର୍ବରୁ ଜଣେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ସେ ସୁସାଇଡ ନୋଟ୍ ଲେଖି ସାଂଘାତିକ ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି ।

ସନ୍ତୋଷ ରେଡି ନାମକ ଜଣେ ସରକାରୀ କର୍ମଚାରୀ ବିରେନ୍ଦ୍ରଙ୍କ ଠାରୁ ୧୩ ଲକ୍ଷଟଙ୍କା ନେଇ ପରିଶୋଧ କରୁନଥୁବା ସହ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ସେ ଆତ୍ମହତ୍ୟା କରୁଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ସୁଇସାଇଡ ଚିଠି ଏବେ ହ୍ୱାଟ୍ସଆପରେ ଘୁରି ବୁଲୁଛି । ଘଟଣାଟି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଥିବା ବେଳେ କୋରାପୁଟ ସଦରପୋଲିସ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି ।