Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଡ଼ ଭାଇକୁ ପଥରରେ ଛେଚି ହତ୍ୟା ଘଟଣାରେ ସାମ୍ନାକୁ ଆସିଲା କାରଣ, ଜମିବାଡ଼ି ମାମଲାକୁ ନେଇ ରହିଥିଲା ବିବାଦ

5/06/2023 at 7:06 PM

ଆଠଗଡ଼, ୦୫/୦୬: ସାମାନ୍ୟ ଜାଗା ଖଣ୍ଡିଏ ପାଇଁ ନିଜ ରକ୍ତର ଭାଇକୁ ସାତପର କଲା ଭାଇ। ଜମି ପାଇଁ ବଡ଼ ଭାଇକୁ ପଥରରେ ଛେଚି ହତ୍ୟା କଲା ସାନ ଭାଇ। ବଡ଼ କଥା ହେଉଛି ହତ୍ୟା ପରେ ନିଜେ ସାନ ଭାଇ ହିଁ ବଡ଼ ଭାଇକୁ ନେଇଥିଲା ମେଡିକାଲ। ଏବେ ସିସିଟିଭିରେ ଧରାପଡ଼ିବା ପରେ ସାନଭାଇକୁ ଗିରଫ କରି ତଦନ୍ତ କରୁଛି ପୋଲିସ। ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ରାସରସିକପୁର ସାହି ଅଞ୍ଚଳରେ ।

ରବିବାର ଅପରାହ୍ନରେ ଘରଠୁ ଅଳ୍ପ ଦୂରରେ ଥିବା ଏକ ସ୍କୁଲ ପଛପଟେ ଥିବା ଏକ ଗଛ ତଳେ ଶୋଇଥିବା ବଡ଼ ଭାଇ ଜଗନ୍ନାଥ ପ୍ରଧାନକୁ ପଥରରେ ଛେଚି ହତ୍ୟା କରିଥିଲା ସାନ ଭାଇ ଟୁକୁନା। ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ଟୁକୁନା ନିଜେ ଆମ୍ବୁଲାନ୍ସରେ ଜଗନ୍ନାଥଙ୍କୁ ଆଠଗଡ଼ ମେଡିକାଲ ନେଇଥିଲା। ଅବଶ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ସିସିଟିଭିରେ ସବୁ ଘଟଣା ଜଣାପଡ଼ିବା ପରେ ମୃତ ଜଗନ୍ନାଥଙ୍କ ପୁଅ ନିଜ ହତ୍ୟାକାରୀ ଦାଦା ନାଁରେ ଥାନାରେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିନ ଦ୍ବିପ୍ରହରରେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ତାଲା ଭାଙ୍ଗି ଚୋରି, ସିସିଟିଭି କଏଦ ଘଟଣାର ଦୃଶ୍ୟ

ସେପଟେ ଘଟଣାରେ ଅଭିଯୁକ୍ତ ଟୁକୁନା ପ୍ରଧାନକୁ ଗିରଫ କରିଛି ଆଠଗଡ଼ ପୋଲିସ୍‌। ଏନେଇ ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ଜମିଜମା ବିବାଦ ରହିଆସିଛି। ଘଟଣା ଦିନ ମଧ୍ୟ ସାନଭାଇର ସ୍ତ୍ରୀ ସହ ଜଗନ୍ନାଥଙ୍କ ପାଟିତୁଣ୍ଡ ହୋଇଥିଲା। ତେବେ ସ୍କୁଲର ସିସିଟିଭିରୁ ଟୁକୁନା ହିଁ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଗଣ୍ଡଗୋଳ ମଧ୍ୟ ହତ୍ୟାର କାରଣ ହୋଇଥାଇପାରେ ବୋଲି କହିଛନ୍ତି ଏସଡିପିଓ। ତେବେ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ଏସଡିପିଓ ।

ସୂଚନା ଅନୁଯାୟୀ, ଉଭୟ ଭାଇଙ୍କର ଦେଢ଼ଗୁଣ୍ଠ ଜମି ରହିଛି। ଯାହାକୁ ନେଇ ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ବିବାଦ ରହିଆସିଛି। ଜଗନ୍ନାଥଙ୍କ ପୁଅ ବାହାରେ ରହି କାମ କରୁଥିବାବେଳେ ନିକଟରେ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ଏପରି ସ୍ଥିତିରେ ଜମି ହାତେଇବାକୁ ଚକ୍ରାନ୍ତ କରିଥିଲା ସାନଭାଇ ଟୁକୁନା। ଘଟଣାଦିନ ଜଗନ୍ନାଥ ଜମିବାଡ଼ି ବିବାଦକୁ ନେଇ ସାନଭାଇର ସ୍ତ୍ରୀକୁ ଗାଳିଗୁଲଜ କରିଥିଲେ। ଯେଉଁଥିରେ କ୍ଷୁବ୍ଧ ହୋଇଥିଲା ଟୁକୁନା। ଆଉ ସୁଯୋଗ ଦେଖି ବଡ଼ଭାଇକୁ ହତ୍ୟା କରିଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରୁ କୁଖ୍ୟାତ ଚେନ୍‌ ଲୁଟେରା ଗିରଫ: ଜବତ ହେଲା ବାଇକ୍‌, ସୁନା ଚେନ୍‌

   Related Posts