ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ନିଶାସକ୍ତ ଅବସ୍ଥାରେ ସାନ ଭାଇର ତଣ୍ଟି କାଟିଲା ବଡ ଭାଇ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

26/08/2022 at 12:00 PM

ବଲାଙ୍ଗୀର ୨୬।୮: ତଣ୍ଟି କାଟି ଭାଇକୁ ହତ୍ୟା ଉଦ୍ୟମ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବୁଢିବାହାଲ ଗାଁରେ । ଗୁରୁବାର ବିଳମ୍ବିତ ରାତିରେ ବେଣୁଧର ପୁଟାଙ୍କ ଦ୍ବିତୀୟ ପୁଅ ଧନୁଜ ପୁଟା ମଦ ପିଇ ଆସି ଝଗଡା କରୁଥିଲା । ସାନ ଭାଇ ସନ୍ତୋଷ ପୁଟାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା  । ସନ୍ତୋଷ ବାଧା ଦେବାରୁ ହଠାତ ନିଶାସକ୍ତ ବଡ ଭାଇ ରାଗିଯାଇ, ପରିବା କଟା ପନିକିରେ ସାନ ଭାଇକୁ ଆକ୍ରମଣ କରିଥିଲା । ସାନଭାଇ ସନ୍ତୋଷର ବେକକୁ କାଟି ଦେଇ ଫେରାର ହୋଇଯାଇଥିଲା ଧନୁଜ ।

ଗୁରୁତର ଅବସ୍ଥାରେ ୨୫ ବର୍ଷୀୟ ସନ୍ତୋଷକୁ ପ୍ରଥମେ କଣ୍ଟାବାଜିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସନ୍ତୋଷକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ତରଫରୁ ଏ ପର୍ଯ୍ୟନ୍ତ ତୁରେକେଲା ଥାନାରେ କୌଣସି ଲିଖିତ ଅଭିଯୋଗ ଦିଆଯାଇନଥିବା ଜଣାପଡିଛି ।

   Related Posts