ଭଦ୍ରକ ବାସୁଦେବପୁରରେ ଯୁବତୀଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ
7/11/2018 at 3:32 PM

ଭଦ୍ରକ ୭|୧୧: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ନଇଛନ୍ଦବିନ୍ଧା ଗ୍ରାମରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଗାଁର ଦାଧର ପଣ୍ଡାଙ୍କ ଝିଅ ଶ୍ରଦ୍ଧାଳି ପଣ୍ଡା ବେକରେ ଶାଢୀ ବାନ୍ଧି ନିଜଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିଲେ । ଘରଲୋକ ଦେଖି ତାଙ୍କୁ ସିମୁଳିଆ ମେଡିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଥାନାରେ ଅଭିଯୋଗ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023