ଆଲ୍ଳାହାବାଦ୨୫/୧୧: ଡ଼େହରାଡୁନରୁ ଆଲ୍ଲାହାବାଦ ଯାଉଥିବା ସଙ୍ଗମ ଏକ୍ସପ୍ରେସରେ ଚାରିଜଣ ନିଶାସକ୍ତ ଯୁବକ ଜଣ ଯୁବତୀ ହଇରାଣ କରିବା ସହ ଅଶ୍ଳୀଳ୍ଳ ଭାଷାରେ ଗାଲିଗୁଲଜ କରିଥିଲେ। ଟ୍ରେନରେ ଯୁବତୀଙ୍କୁ ଏକୁଟିଆ ଦେଖି ଦୁର୍ବୃତ୍ତମାନେ ତାଙ୍କୁ ଅଧିକ ହରାଇଣ କରିଥିଲେ।
{"id":189671,"sizeSlug":"large"}କିଛି ବିକଳ୍ପ ନ ପାଇ ଯୁବତୀ ନିଜ ସଂପର୍କୀୟଙ୍କୁ ଫୋନ କରି ଏ ଘଟଣା ସଂପର୍କରେ କହିଥିଲେ। ଏହି ଘଟଣା ସଂପର୍କରେ ଯୁବତୀଙ୍କ ସଂପର୍କୀୟ ଜାଣିବା ପରେ ତୁରନ୍ତ ଟ୍ବିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଟ୍ୟାଗ୍ କରି ଅଭିଯୋଗ କରିଥିଲେ। କିନ୍ତୁ ଏହି ଘଟଣାକୁ ବହୁ ସମୟ ବିତି ଯାଇଥିଲେ ମଧ୍ୟ ରେଳ ବିଭାଗ, ରେଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳି ନ ଥିଲା।
କିଛି ଘଣ୍ଟା ପରେ ଏହି ଟ୍ବିଟ୍କୁ ଲକ୍ଷ୍ନୌ ଡିଆରଏମ୍ ଫରଓ୍ବାର୍ଡ କରିଥିଲେ। ଏହା ପରେ ଟୁଣ୍ଡଲା ଜିଆରପି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ମୁରାଦାବାଦ ଜିଲ୍ଲାର ଯୁବତୀ ଲକ୍ଷ୍ନୌ ଯିବା ପାଇଁ ସଂଗମ୍ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ସେହି ବଗିରେ ବସିଥିବା ଚାରିଜଣ ନିଶାସକ୍ତ ଯୁବକ ତାଙ୍କୁ ହଇରାଣ କରିଥିଲେ। ସେ ବିରୋଧ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ।