ହୋଟେଲ୍‌ ଶାନ୍ତି ପ୍ୟାଲେସ୍‌ରୁ ଯୁବତୀ ନିଖୋଜ୍‌; ସମୁଦ୍ରକୂଳ ଥାନାରେ ଅଭିଯୋଗ

Published By : Prameya-News7 Bureau | November 24, 2022 IST

ପୁରୀ ୨୪/୧୧: ହୋଟେଲରୁ ପର୍ଯ୍ୟଟକ ନିଖୋଜ। ଏନେଇ ପୁରୀ ସମୁଦ୍ର କୂଳ ଥାନା ଥାନାରେ ଅଭିଯୋଗ ହୋଇଛି। ଚକ୍ରତିର୍ଥ ରୋଡରେ ଥିବା ହୋଟେଲ ଶାନ୍ତି ପ୍ୟାଲେସରୁ ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହୋଇଥିବା ଜଣାପଡ଼ିଛି। ଗତକାଲି ସକାଳେ ଯୁବତୀ ଜଣକ ହୋଟେଲ ବାହାରକୁ ଆସିଥିବା ବେଳେ ଆଉ ରୁମକୁ ଫେରିନଥିବା ଅଭିଯୋଗ ହୋଇଛି।

ନିଖୋଜ ଯୁବତୀଙ୍କ ପରିଚୟ ରାଧିକା କୁଶୁୱା। ସେ ମଧ୍ୟପ୍ରଦେଶ ସାଗର ଗାଁର ପ୍ରହଲ୍ଲାଦ କୁଶୁୱାଙ୍କ ଝିଅ। ନିଖୋଜ ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଗତକାଲି ୫ଟା ୪୨ରେ କାହାକୁ କିଛି ନକହି ରାଧିକା ହୋଟେଲ୍ ରୁମରୁ ଏକୁଟିଆ ହୋଟେଲ ବାହାରକୁ ଆସିଥିଲେ। ତେବେ ବହୁ ସମୟ ପରେହୋଟେଲକୁ ରାଧିକା ନଫେରିବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ।

ଏନେଇ ସମୁଦ୍ର କୂଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ହୋଟେଲରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ସହ ସ୍ଥାନୀୟ ଅଞ୍ଚଳରେ ଅନୁସନ୍ଧାନ ଜାରୀ ରଖିଛି। ଘଟଣାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କର କୈାଣସି ପତା ମିଳିନି। ଗତ ୨୧ ତାରିଖରେ ପ୍ରହଲ୍ଲାଦ ତାଙ୍କ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ତେବେ ତାଙ୍କ ପଡ଼ୋଶୀ ଗତକାଲି ହୋଟେଲରୁ ଯିବା ପରେ ତାଙ୍କ ଝିଅ ନିଖୋଜ ହୋଇଥିବା ସେ କହିଛନ୍ତି। ଏପଟେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.