Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ତୁ ମୋର ନୁହେଁ ତ କାହାର ନୁହେଁ; ପ୍ରେମିକାକୁ ହତ୍ୟାକରି କୂଅରେ ଫିଙ୍ଗିଲା ପ୍ରେମିକ, ଉଲଗ୍ନ ମୃତଦହ ଉଦ୍ଧାର

18/03/2023 at 11:23 PM

ବରଗଡ଼ ୧୮/୦୩: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ଏକ କୂଅ ଭିତରୁ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଏବେ ସାରା ଜିଲ୍ଳାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥିପାଇଁ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି।

ମୃତ ଯୁବତୀଙ୍କ ପରିଚୟ  କ୍ଷିରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ (୨୫)। ସେ  ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗାଁର ବାସିନ୍ଦା। ଖବର ଅନୁସାରେ, ଗତ ୧୫ ତାରିଖରୁ ସେ ନିଖୋଜ ଥିଲେ। ଏନେଇ ପରିବାରବର୍ଗ ୧୬ ତାରିଖରେ ବିଜେପୁର ଥାନାରେ ଲିଖିତ ଏତଲା ଦେଇଥିଲେ।  ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସେହି ଗାଁର ଚନ୍ଦ୍ରଶେଖର ସେଠ ନାମକ ଜଣେ ଯୁବକକୁ ସନ୍ଦେହରେ ପଚରାଉଚରା କରିଥିଲା।

ତେବେ ଚନ୍ଦ୍ରଶେଖର ପଦ୍ମିନୀର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ ଖୁଣ୍ଟପାଲି ଗାଁର ଏକ କୂଅରେ ପିଙ୍ଗି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଯାହାକୁ ନେଇ ଶନିବାର ବିଜେପୁର ପୋଲିସ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରିଥିଲା। ପରେ ଅଗ୍ନିଶମ କର୍ମଚାରୀଙ୍କ  ସହାୟତାରେ କୂଅ ଭିତରରୁ ମୃତଦେହ ଉଦ୍ଧାର ହୋଇଥିଲା।

ତେବେ ମୃତଦେହ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ମୃତ ଯୁବତୀଙ୍କର ଅନ୍ୟତ୍ର ବିବାହ ପ୍ରସ୍ତାବ ଠିକ୍‌ ହୋଇଥିବା ବେଳେ ପ୍ରେମିକ ଚନ୍ଦ୍ରଶେଖର ତାକୁ ଡାକି ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏନେଇ ବିଜେପୁର ପୋଲିସ ଅଭିଯୋଗ ନମ୍ବର ୫୯ ମୂଳେ ମାମଲା ରୁଜୁ କରି ତଦନ୍ତ କରୁଛି ।

   Related Posts