scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଣ୍ଡର-19ର ପୂର୍ବତନ ଅଧିନାୟକଙ୍କ ପରଲୋକ: ୨୯ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ, ଶୋକରେ ବୁଡିଲା କ୍ରିକେଟ୍ ଜଗତ

16/10/2021 at 12:35 PM

ନୂଆଦିଲ୍ଲୀ୧୬/୧୦: ଭାରତୀୟ କ୍ରୀଡା ଜଗତ ପାଇଁ ଦୁଃଖଦ ଖବର । ଯୁବ କ୍ରିକେଟରଙ୍କ ଅକାଳ ବିୟୋଗ । ଅଧାରେ ରହିଯାଇଛି ଭାରତ ପାଇଁ ଖେଳିବାକୁ ସ୍ୱପ୍ନ । ମାତ୍ର ୨୯ ବର୍ଷ ବୟସରେ ହୃଦଘାତ ହେତୁ ତାଙ୍କର ପରଲୋକ ହୋଇଛି । ସେ ହେଉଛନ୍ତି ସୌରାଷ୍ଟ୍ର ପକ୍ଷରୁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଅଭି ବାରୋତ । ଦିନଥିଲା ସେ ୧୯ ବର୍ଷରୁ କମ ଭାରତୀୟ ଟିମ୍‌ର କ୍ୟାପଟେନ ଥିଲେ ।

ହେଲେ ଭାରତର ସିନିୟର ଟିମ୍‌ରେ ଖେଳିବା ପୂର୍ବରୁ ତାଙ୍କର ଜୀବନ ଦୀପ ଲିଭିଯାଇଛି । ଅଭିଙ୍କ ମୃତ୍ୟୁ ସମ୍ପର୍କରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସୂଚନା ଦେଇଛି । ଅଭିଙ୍କ ଅକାଳ ବିୟୋଗରେ ପୂରା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସ୍ତବ୍ଧ ହୋଇ ଯାଇଛି । ହୃଦଘାତ ଯୋଗୁ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଡାହାଣହାତୀ ବ୍ୟାଟସମ୍ୟାନ ଅଭି ବେଳେବେଳେ ଅଫ ବ୍ରେକ୍‌ ବୋଲିଂ ମଧ୍ୟ କରନ୍ତି। ସେ ୩୮ଟି ପ୍ରଥମ ଶ୍ରେଣୀ, ୩୮ଟି ଲିଷ୍ଟ-ଏ ଓ ୨୦ଟି ଘରୋଇ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଜଣେ ୱିକେଟ କିପର ବ୍ୟାଟସମ୍ୟାନ ଯିଏ ପ୍ରଥମ ଶ୍ରେଣୀରେ ୧୫୪୭ ରନ, ଲିଷ୍ଟ-ଏରେ ୧୦୩୦ ରନ ଓ ଟି-୨୦ରେ ୭୧୭ ରନ୍‌ କରିଥିଲେ। ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ରଣଜୀ ଟ୍ରଫି ଜିତିବା ବେଳେ ଅଭି ଦଳର ସଦସ୍ୟ ରହିଥିଲେ।

ସୌରାଷ୍ଟ୍ର ପାଇଁ ସେ ୧୭ଟି ରଣଜୀ, ୧୭ଟି ଲିଷ୍ଟ-ଏ ଓ ୧୧ଟି ଘରୋଇ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ୨୦୧୧ରେ ସେ ଭାରତର ଅଣ୍ଡର ୧୯ ଟିମ୍‌ର କ୍ୟାପ୍ଟେନ ରହିଥିଲେ। ନିକଟରେ ଶେଷ ହୋଇଥିବା ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଅଭି ୫୩ ବଲ୍‌ରେ ବିସ୍ଫୋରକ ୧୨୨ ରନ୍‌ର ଇନିଂସ ଖେଳି ସମସ୍ତଙ୍କୁ ନିଜର ଜଲୱା ଦେଖାଇଥିଲେ। ତାଙ୍କ ଅକାଳ ବିୟୋଗରେ ଅନେକ ବିଶିଷ୍ଟ କ୍ରିକେଟର ଶୋକ ପ୍ରକାଶ କରିଛନ୍ତି।

   Related Posts