ମୁଣ୍ଡଳୀରୁ ଡେଇଁ ପଡି ଯୁବକ ନିଖୋଜ! ବ୍ରିଜ୍ ଉପରେ ଥୁଆ ହୋଇଛି ଗାଡି, ଲାଗିଛି ଚାବି

Published By : Prameya-News7 Bureau | August 11, 2023 IST

ବାରଙ୍ଗ ୧୧/୦୮: ମଣ୍ଡଳୀରୁ ଯୁବକ ଡେଇଁ ପଡ଼ିଥିବା ସନ୍ଦେହ । ବ୍ରିଜ ଉପରେ ଚାବି ସହ ଗାଡ଼ି ଥିବାରୁ ହୋଇଥିଲା ସନ୍ଦେହ । ସ୍ଥାନୀୟ ଲୋକେ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ ପୋଲିସ୍ ଓ ଅଗ୍ନିଶମ ବାହିନୀ । ସଂଗେ ସଂଗେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ । ସ୍ଥାନୀୟ ମୁଣ୍ଡୁଳି ବ୍ୟାରେଜ୍‌ରେ ଆଠଗଡ଼ ଦମକଳ ବାହିନୀର ସର୍ଚ୍ଚ ଅପରେସନ କରୁଛି ।

ସୂଚନା ଥାଉକି, ଶୁକ୍ରବାର ସକାଳୁ ଗୋଟିଏ ଗାଡ଼ିରେ ଚାବି ଲାଗିଥିବା ବେଳେ ଦୀର୍ଘ ସମୟ ହେବ ଗାଡ଼ି ପାଖକୁ କେହି ନଥିଲେ । କିଛି ଲୋକ ଜଣେ ଯୁବକଙ୍କୁ ସେଠାରେ ଗୁରୁବାର ରାତିରେ ଦେଖିଥିବାରୁ ସନ୍ଦେହ ବଢିଥିଲା । ତେଣୁ କାଳେ କିଛି ଅଘଟଣ ହୋଇଥିବ ସେ ଲାଗି ପୋଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।

ଖବର ପାଇ ପୋଲିସ୍ ଏବଂ ଆଠଗଡ଼ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ନିଖୋଜ ଯୁବକଙ୍କ ନାମ ଶାଶ୍ଵତ ଷଡ଼ଙ୍ଗୀ ହୋଇଥିବା ବେଳେ ତାଙ୍କ ଘର ନିଆଳି ଅଞ୍ଚଳରେ । ତେବେ ସେ କାହିଁକି ଏଠାକୁ ଆସିଥିଲେ ସେ ନେଇ ପୋଲିସ୍ ଅନୁସନ୍ଧାନ ଚଳାଇଛି ।

you can also read...

wp:embed {"url":"https://www.prameyanews7.com/body-found-in-village-raod-at-boudh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/body-found-in-village-raod-at-boudh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.