ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ: ଯୁବକ ଗୁରୁତର, ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର

Published By : Prameya-News7 Bureau | December 08, 2020 IST

ଢେଙ୍କାନାଳ ୦୮।୧୨: ଢେଙ୍କାନାଲ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମରେ ଛୁରା ମାଡ଼ ହୋଇଛି । ଏହି ଛୁରମାଡ଼ ଯୋଗୁଁ ନୂଆପଟଣା ଗ୍ରାମର ବିରିପୁଟ ସାହିର ସହଦେବ ନାଏକ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସପାଇଁ ଭର୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ସହଦେବଙ୍କର ତାଙ୍କ ଗ୍ରାମ ବିରିପୁଟ ସାହିର ବିଘନେଶ୍ୱର ନାୟକଙ୍କ ସହ ପୂର୍ବରୁ ଶତ୍ରୁତା ରହିଥିଲା । ଆଜି ସନ୍ଧ୍ୟାରେ ବିଘନେଶ୍ୱର ବାଇକ ଯୋଗେ ଯିବା ବେଳେ ଗାଁ ଦାଣ୍ଡରେ ଯାଉଥିବା ଗାଇଙ୍କୁ ଧକ୍କା ଦେଇଥିଲା । ଫଳରେ ସହଦେଵ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଘନେଶ୍ୱର ପାଖରେ ରଖିଥିବା ଏକ ତୀକ୍ଷ୍ଣ ଛୁରୀ ସହଦେବର ପେଟକୁ ଭୂଷି ଦେଇ ପଳାଇଥିବା ଜଣାପଡିଛି। ଫଳରେ ସହଦେବଙ୍କୁ ପେଟରେ ଗଭୀର କ୍ଷତ ହୋଇଥିବା ସହ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ସେପଟେ ଅଭିଯୁକ୍ତ ବିଘନେଶ୍ୱର ଫେରାର ହୋଇ ଯାଇଥିବାବେକେ ରାସୋଳ ଥାନା ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.