ବିବାହରେ ଅତିଥି ସାଜି ଆସିଲା, ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଉପହାର‌ ନେଇ ଚମ୍ପଟ ମାରିଲା

Published By : Prameya-News7 Bureau | March 05, 2024 IST

ପୁରୀ ୦୫/୦୩: ଅତିଥି ସାଜି ଆସିଲା । ବିବାହ ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଉପହାର‌ ନେଇ ଜଣେ ଯୁବକ ଚମ୍ପଟ ମାରିଲା । ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଏ ନେଇ ଟାଉନ ଥାନା ଅନ୍ତର୍ଗତ ସୁଆର ସାହିର ପ୍ରମୋଦ କୁମାର ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି । ସମସ୍ତ ଘଟଣା ସିସିଟିଭି ରେ କଏଦ ହୋଇଥିବା ବେଳେ ସହରରେ ବର୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିଯୋଗ ଅନୁଯାୟୀ ସୋମବାର ତାଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କର‌ ବିବାହ ଉତ୍ସବ ବଳିଆପଣ୍ଡା ଥାନା ଅନ୍ତର୍ଗତ ଲକି ଇଣ୍ଡିଆ ହୋଟେଲରେ ଆୟୋଜନ କରାଯାଇଥିଲା । ବିବାହ ଉତ୍ସବରେ ଅତିଥି ମାନେ ଯୋଗ ଦେଇ ନବ ଦମ୍ପତିଙ୍କୁ ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଦାମୀ ଉପହାର ପ୍ରଦାନ କରିଥିଲେ। ରାତି ପ୍ରାୟ ସାଢେ଼ ନଅଟା ସମୟରେ ଜଣେ ଯୁବକ ଅତିଥି ଭାବେ ଆସି ଏହି ବିବାହ ଉତ୍ସବରେ ପ୍ରବେଶ କରିଥିଲା ।

wp:html /wp:html

ହୋଟେଲରେ ରହି ସମସ୍ତଙ୍କୁ ନଜର କରିବା ପରେ ଲୁଟେରା ଯୁବକ ଜଣକ ଷ୍ଟେଜ ପଛପଟେ ଥିବା ମୂଲ୍ୟବାନ ଉପହାର ବ୍ୟାଗ କୁ ଧରି ଚମ୍ପଟ ମାରିଥିଲା। ତେବେ ଏହି ବ୍ୟାଗ୍ ରେ ଲକ୍ଷାଧିକ ଟଙ୍କା ଥିବା ଲଫାଫା, ସୁନା ଅଳଙ୍କାର ଓ ଦାମି ଉପହାର ଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୧୧ଟା ୩୭ ସମୟରେ ଲୁଟେରା ଜଣକ ବ୍ୟାଗ୍ ନେଇ ଗେଟ୍ ରୁ ବାହାରି ଯାଉଥିବାର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି। ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି । you can also read...

wp:embed {"url":"https://www.prameyanews7.com/evaluation-of-matric-exam-to-start-on-march-15/","type":"wp-embed","providerNameSlug":"prameya-news-7"}
https://www.prameyanews7.com/evaluation-of-matric-exam-to-start-on-march-15/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.