Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଜୁଡ଼ିଗଲା ସୁନାର ସଂସାର: ଝିଅ ବାହାଘର ଋଣ ସୁଝିବାକୁ ଗଲାବେଳେ ଲୌହ ଦାନବ ନେଲା ଜୀବନ

4/06/2023 at 11:37 PM

ନୀଳଗିରି ୦୪/୦୬: ଉଜୁଡିଗଲା ସୁନାର ସଂସାର। ଲୌହ ଦାନବ ନେଇଗଲା ଜୀବନ। ଝିଅ ବାହାଘର ଋଣ ସୁଝିବାକୁ ସୁଦୂର ଚେନ୍ନାଇ ଯାଉଥିଲେ। କହି ଯାଇଥିଲେ କିଛି ଚିନ୍ତାକରିବୁନି। କାମ କରି ସବୁ ଋଣ ଶୁଝିଦେବୀ। ଏଭଳି କହି ସ୍ୱାମୀର ମୃତ ଶରୀର ପାଖରେ କାନ୍ଧୁଥିଲା ସ୍ତ୍ରୀ। ଏପରି ହୃଦୟବିଦାରକ ଘଟଣା ନୀଳଗିରି ବ୍ଲକ ମୁଖିସାହି ଗାଁରେ ଦେଖିବାକୁ ମିଳିଛି।

ଖବର ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ମୁଖିସାହିର କୁନା ମୁଖୀ ଝିଅ ବାହାଘର ସାରି ଧାର କରଜ ସୁଝିବାକୁ କରମଣ୍ଡଳ ଟ୍ରେନରେ ଚେନ୍ନାଇ ଯାଉଥିଲେ। କିଛି ସମୟ ପରେ ରେଳ ଦୁର୍ଘଟଣା ହୋଇଛି ବୋଲି ଖବର ଆସିଲା। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପରେ କୁନା ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତି ହୋଇଥିବା ସୂଚନା ପାଇଲେ। ସେଠାରେ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା।

ଝିଅ ମଧ୍ୟ ଏହା ଦେଖି ବିଶ୍ୱାସ କରିପାରିନଥିଲେ। ବାପାଙ୍କ ଶବ ପାଖରେ ମୁଣ୍ଡ ପିଟି କାନ୍ଦୁଥିଲେ। କହୁଥିଲେ ଉଠ ବାପା ଉଠ। ଏଭଳି ଦୃଶ୍ୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ପରିବାର ଏକମାତ୍ର ରୋଜଗାରିଆ ପୁଅ ଚାଲିଯିବା ପରେ ବୁଢ଼ୀ ମାଆ ମାନସିକ ଭାବେ ଭାଙ୍ଗିପଡିଛନ୍ତି। ଝିଅ ଓ ୪ ବର୍ଷର ପୁଅ ଏବେ ଘରେ ରହୁଥିବା ବେଳେ ଦମୟନ୍ତି କଣ କରିବେ କିପରି ଚଳିବେ ତାକୁ ନେଇ ଭାଙ୍ଗିପଡ଼ିଛନ୍ତି।

   Related Posts