Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପୋଖରୀ ଖୋଳାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ; ପିଟି ମାରିଥିବା ଅଭିଯୋଗରେ ୨ ସନ୍ଦିଗ୍ଧ ଅଟକ

18/02/2023 at 7:24 PM

ସୋନପୁର ୧୮/୦୨: ସାମାନ୍ୟ କଥାରେ ଯୁବକଙ୍କୁ ହତ୍ୟା। ଏପରି ଅଘଟଣ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ଘଟିଛି। ସରକାରୀ ଜମିରେ ପୋଖରୀ ଖୋଳାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। ମୃତକଙ୍କ ନାଁ ପ୍ରକାଶ ବିଶ୍ୱାଳ।

ଖବର ଅନୁସାରେ, ମୃତ ଯୁବକଙ୍କୁ ନିର୍ମମ ଭାବେ ଠେଙ୍ଗା ମାଡ଼ ସହ କାଠ ଗଣ୍ଡିରେ ଛେଚି ଅଭିଯୁକ୍ତମାନେ ହତ୍ୟା କରିଛନ୍ତି। ସରକାରୀ ଜମିରେ ପୋଖରୀ ଖୋଳିବାରୁ ନେଇ ଗାଁର ଶିବ ପ୍ରଧାନ ଓ ପ୍ରଧାନଙ୍କ ସହ ପ୍ରକାଶଙ୍କ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଶିବ ଓ ଦୁଃଶାସନ ପ୍ରକାଶଙ୍କୁ ଶାବଳରେ ଚାପି କାଠ ଗଣ୍ଡିରେ ଛେଚି ହତ୍ୟା କରଛନ୍ତି। ଏହା ଜାଣି ବିରମହାରାଜପୁର ଏସଡିପିଓଙ୍କ ନେତୃତ୍ୱରେ ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୋଲିସ ଶିବ ଓ ଦୁଃଶାସନଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

   Related Posts