Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ ବିଭାଗ ଗୁଳିରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ; ଏକାଧିକ ଶିକାରୀଙ୍କୁ ଦେଖି ଫାଙ୍କା ଗୁଳି ଚଳାଇଥିଲେ ବନ କର୍ମଚାରୀ

1/06/2023 at 10:50 PM

ବାରିପଦା ୦୧/୦୬: ଜଙ୍ଗଲକୁ ମଇଁଷି ଖୋଜିବାକୁ ଯାଇଥିଲା ବେଳେ ବନ ବିଭାଗ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ମୃତ ଯୁବକ ହେଲେ ଜଗନ୍ନାଥ ହେମ୍ବ୍ରମ (୨୫)। ସେ ବୁରୁଡିହି ଗାଁର ବାସିନ୍ଦା। ଜଗନ୍ନାଥ ହେମ୍ୱ୍ରମ ମୂଲ ଲାଗି ପେଟ ପୋଷନ୍ତି। ଗାଁର ପାଣ୍ଡୁ ମୁର୍ମୁଙ୍କ ହଜିଯାଇଥିବା ମଇଁଷିକୁ ଖୋଜିବାକୁ ୬ଜଣ ଗାଁଲୋକଙ୍କ ସହ ସେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।

ଗତ ବୁଧବାର ଅପରାହ୍ଣରେ ତାଳବନ୍ଧ ରେଞ୍ଜର ବନ କର୍ମଚାରୀମାନେ ହଠାତ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରୁ ସମସ୍ତେ ଭୟରେ ଦୌଡ଼ି ପଳାଇଥିଲେ। ପରେ ଜଗନ୍ନାଥ ନଫେରିବାରୁ ତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଗାଁଲୋକ ଖୋଜିବାକୁ ଯାଇଥିଲେ। ସେଠାରେ ବନକର୍ମଚାରୀଙ୍କ ଗୁଳିରେ ଜଗନ୍ନାଥଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାକୁ ଗୁରୁତର ସହ ନେଇ ସଦର ଏସଡିପିଓ ଜେମ୍ସ ଟପୋଙ୍କ ସହ ବାଙ୍ଗିରିପୋଷି ଥାନାଧିକାରୀ କମଳାକାନ୍ତ ଦାସ, ଏସଆଇ ଅଶୋକ ପହିଙ୍କ ସହ ପୋଲିସ ଟିମ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନାଥାଉକି, ଶିମିଳିପାଳରେ ଅବାଧ ଶିକାର ଥମିବାର ନାଁ ନେଉନି। ଗତକାଲି ପୁଣି ଶିକାରୀ ଆଉ ବନ ବିଭାଗ ସାମ୍ନାସାମ୍ନି ହୋଇଥିଲେ। ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଅଞ୍ଚଳରେ  କମ୍ୱିଂ  ଅପରେସନ୍‌ କଲା ବେଳେ ଶିକାରୀଙ୍କ ସାମ୍ନା ସାମ୍ନି ହୋଇଥିଲେ। ସେହିସମୟରେ ୧୫ରୁ ଅଧିକ ଶିକାରୀ ଦେଶୀ ବନ୍ଧୁକ ଓ ଧନୁ ତୀର ଧରି ଅଭୟାରଣ୍ୟରେ ପ୍ରବେଶ କରିଥିବା ବନ କର୍ମତାରୀ ଦେଖିଥିଲେ। ବନ କର୍ମଚାରୀ ଶିକାରୀଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଶିକାରୀମାନେ ବନ କର୍ମଚାରୀଙ୍କୁ ତୀର ମାଡ଼ କରିଥିଲେ ଫଳରେ ବନ କର୍ମଚାରୀ ବାଧ୍ୟ ହୋଇ ଫାଙ୍କା ଗୁଳି ଚାଳନା କରିଥିଲା। ବନବିଭାଗର ଆକ୍ରଣାତ୍ମକ ପନ୍ଥା ଦେଖୀ ଶିକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଶିକାରୀ ସେଠାରେ ଛାଡ଼ି ପଳାଇଥିବା ୨ଟି ଦେଶୀ ବନ୍ଧୁକ ଏବଂ ଅନେକ ଧନୁ ତୀର ଓ ମାରଣାସ୍ତ୍ରକୁ ଜବତ କରିଛି ବନବିଭାଗ। ଏହି ଚଢ଼ଉରେ ରେଞ୍ଜ ଅଧିକାରୀ ଶୈଳେନ୍ଦ୍ର କୁମାର ଦାସ ନେତୃତ୍ୱ ନେଇଥିବା ବେଳେ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି କହିଥିଲେ। କିନ୍ତୁ ବନ ବିଭାଗ ବିରୋଧରେ ଏହି ଅଭିଯୋଗ ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି। ତେବେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି। ତେବେ ପୋଲିସ କିମ୍ବା ବନ ବିଭାଗ ପକ୍ଷରୁ ପୁରା ଘଟଣା ବାବଦରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅନ୍ୟପଟେ, ଗତ ମେ ୨୨ରେ ଶିମିଳିପାଳ ନଅଣା ରେଞ୍ଜରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡ ଶହୀଦ ହୋଇଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବନ କର୍ମଚାରୀଙ୍କ ସୁରକ୍ଷା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ସ୍ତରରେ ବନ କର୍ମଚାରୀ ଓ ପୋଲିସର ମିଳିତ ଟିମ ଗଠନ କରାଯାଇ ଶିମିଳିପାଳରେ ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ଫରେଷ୍ଟ ଗାର୍ଡ ହତ୍ୟା ମାମଲାରେ ୧୩ ଶିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭ ଜଣକୁ ଗିରଫ କରାଯାଇଛି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ରେଞ୍ଜ ଅଞ୍ଚଳରେ ଶିକାର କରିବା ଅଭିଯୋଗରେ ୧୫ରୁ ଅଧିକ ଶିକାରୀଙ୍କୁ ଗିରଫ କରାଯିବା ସହ ଅନେକ ଦେଶୀ ବନ୍ଧୁକ ଏବଂ ଧନୁ ତୀର ଜବତ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ:~ ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ

   Related Posts