ଭବାନୀପାଟଣାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
25/08/2018 at 1:51 AM

ଭବାନୀପାଟଣା ୨୫/୮ : ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ ୧୬ ନମ୍ବର ୱାର୍ଡ ଦେବାନ ସାହେବପଡାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ଜୁନାଗଡ ଥାନା ଅନ୍ତର୍ଗତ ମକରସୋଲା ଗାଁର ନବ ପଟେଲ । ସେ ୩ବର୍ଷ ହେଲା ଭାବନୀପାଟଣା ସହରରେ ଭଡାଘରେ ରହୁଥିଲେ । ସେ ଏକ ମେଡ଼ିସିନ କମ୍ପାନୀର ଏମଆର ଭାବେ କାର୍ଯ୍ୟରତ ଥିଲେ । ପୋଲିସ ସୂଚନା ଅନୁସାରେ ଗତକାଲି ରାତି ପାଖାପାଖି ୯ଟା ୩୦ ସମୟରେ ନବ ଆତ୍ମହତ୍ୟା କରିଥିଲେ। ତାଙ୍କ ଝୁଲନ୍ତା ମୃତଦେହ ନିକଟରୁ ଏକ ସୁଇସାଇଡ଼ ନୋଟ୍ ଜବତ କରାଯାଇଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022