ପୂର୍ବ ଶତ୍ରୁତାରୁ ଯୁବକଙ୍କ ଗଳାକାଟି ବିଭତ୍ସ ହତ୍ୟା, ଘଟଣା ସ୍ଥଳରେ ପୋଲିସ୍ର ଛାନ୍ଭିନ୍
13/09/2022 at 10:33 PM

ନିମାପଡା, ୧୩/୦୯: ପିପିଲି ନୂଆ ଶାସନରେ ଯୁବକଙ୍କ ଗଳାକାଟି ବିଭତ୍ସା ହତ୍ୟା । ରାଜୀବଗନ୍ଧି ସେବା କେନ୍ଦ୍ର ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ଯୁବକଙ୍କ ମୃତଦେହ । ଖବର ପାଇ ପିପିଲି SDPO, ପିପିଲି IICଙ୍କ ସମେତ ସୁରକ୍ଷା ବଳ ଘଟଣା ସ୍ଥଳରେ ପହଁଛି ତଦନ୍ତ କରୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୃତ ଯୁବକ ବିଜୟ ବେହେରାଙ୍କ ପୁଅ ଲିକୁନା ବେହେରା ( ଲିକୁ -୧୯) ବୋଲି ଜଣାପଡ଼ିଛି ।
ପୂର୍ବ ଶତୃତାକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ବଡ଼ ଭାଇ ଅଭିଯୋଗ ଆଣିଛନ୍ତି । ଏନେଇ ପିପିଲି SDPO ଦେବଦତ୍ତ ବରାଳ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କଲା ପରେ ଏହା ଏକ ପୂର୍ବ ଶତ୍ରୁତା ଜନିତ ହତ୍ୟା କାଣ୍ଡ ବୋଲି ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ଅତିରିକ୍ତ SP ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଂଚି ବ୍ୟାପକ ତଦନ୍ତ ପ୍ରକ୍ରିୟା ଜ।ରିରଖିଛନ୍ତି। ଏ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟାକୁ ଅଗ୍ରସର କରିବା ପାଇଁ ସାଇଣ୍ଟିଫିକ ଟିମ ପହଂଚି ନଥିବା ଜଣା ପଡ଼ିଛି।
ବାଇଟ – ମୃତକଙ୍କ ବଡ଼ ଭାଇ
ବାଇଟ- ଦେବଦତ୍ତ ବରାଳ, SDPO, ପିପିଲି