ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4/02/2023 at 9:55 PM

ନୂଆପଡ଼ା ୦୪/୦୨: ନୂଆପଡ଼ାରେ ପୂଣି ବାଘ ଆତଙ୍କ। ବାଘ ସହିତ ଲଢେଇ ପରେ ବାଘକୁ ଚକମା ଦେଇ ଖସି ଆସିଲେ ଯୁବକ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ ବାଘର ନଖ ଓ ଦାନ୍ତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ବାଘ ସହ ଲଢ଼େଇ କରି ଗୁରୁତର ହୋଇଥିବା ଯୁବକଙ୍କ ପରିଚୟ ସେନାପତି ମାଝୀ। ସେ ସିନାପାଲି ରେଞ୍ଜ ହିରାପୁର ଗାଁର ବାସିନ୍ଦା।
ନିଜ ବିଲରେ ହରଡ଼ ଚାଷ ଜଗିଥିବା ବେଳେ ହଠାତ୍ ତାଙ୍କୁ ବାଘ ଆକ୍ରମଣ କରିଥିଲା। ପରେ ଭୟରେ ଯୁବକ ଜଣଙ୍କ ପାଖରେ ଥିବା ଗୋଟିଏ ଗଛକୁ ଚଢି ଯାଇଥିଲେ। ପରେ ବାଘ ସେହି ଗଛରେ ଚଢିବାରୁ ସେ ତଳକୁ ଡେଇଁ ଖସି ଆସିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Related Posts
ମଇଁଷି ଶିକାର କଲା ମହାବଳ ବାଘ, ଭୟଭୀତ ଲୋକେ
26 March 2023