Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଲଘରରେ ଗରବା ସମୟରେ ଯୁବକଙ୍କ ମୃତ୍ୟୁ, ପୁଅର ମୃତଦେହ ଦେଖି ବାପାଙ୍କ ଉଡିଗଲା ପ୍ରାଣବାୟୁ

3/10/2022 at 7:05 PM

ପାଲଘର: ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଆୟୋଜିତ ଗରବା ନାଚକୁ ବେଶ ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ଗରମା ନାଚ ସମୟରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ବାପାଙ୍କ ପ୍ରାଣହାନୀ ଘଟିବା ପରି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ପାଲଘରରେ ଘଟିଛି। ପାଲଘରର ଭିରାରରେ ଗରବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମୟରେ ମନୀଷ ନରପଜୀ ନାଚିବା ସମୟରେ ଖସି ପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ବାପାଙ୍କ ମଧ୍ୟ ପ୍ରାଣବାୟୁ ଉଡି ଯାଇଛି।

ବିହାର ପୋଲିସ୍ ଅନୁଯାୟୀ, ମନୀଷ ନରପଜି ସୋନିଗ୍ରା ଶନିବାର ଏବଂ ରବିବାର ମଧ୍ୟ ରାତ୍ରିରେ ଭିରାର ଗ୍ଲୋବାଲ ସିଟି ପରିସରରେ ଆୟୋଜିକ ଏକ ଗରବା କାର୍ଯ୍ୟକ୍ରମରେ ନାଚିବା ସମୟରେ ଖସି ପଡିଥିଲେ। ତୁରନ୍ତ ତାଙ୍କ ବାପା ନରପଜି ସୋନିଗ୍ରା(୬୬) ପୁଅକୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ବାପା ନରପଜି ସୋନିଗ୍ରା ଖସି ପଡିଥିଲେ ଏବଂ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପୋଲିସ ଅନୁଯାୟୀ, ବାପା ଏବଂ ପୁଅଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଘଟଣାରେ ସ୍ଵଭାବିକ ମାମଲା ରୁଜୁ କରାଯାଇଛି।ଏହା ପୂର୍ବରୁ ଗୁଜରାଟର ଆଣନ୍ଦ ଜିଲ୍ଲାରେ ଗରବା ସମୟରେ ୨୧ ବର୍ଷର ଯୁବକ ବୀରେନ୍ଦ୍ର ସିଂହଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା।  

   Related Posts