ନୀଳଗିରି: କଣ୍ଟେନମେଣ୍ଟ ଜୋନ୍ ନିୟମ ଭାଙ୍ଗି ଯୁବକ ଅଟକ

Published By : Prameya-News7 Bureau | August 16, 2020 IST

ନୀଳଗିରି ୧୬/୮: ନୀଳଗିରି ଥାନା ଅଧିନ ଜୁରିଆପାଟଣା ଅଞ୍ଚଳରେ ଜଣେ ଯୁବକ ଧସେଇ ପଶିବାକୁ ଜିଦ ଧରିବା ଓ ପାଟିତୁଣ୍ଡ କରିବା ଅଭିଯୋଗରେ ପୋଲିସ ଅଟକ ରଖିଛି । ସୂଚନାରୁ ପ୍ରକାଶ କି ବାଉଁଶବଣିଆ ଅଞ୍ଚଳର ନିରଞ୍ଜନ ବେହେରା ନାମକ ଯୁବକ ସନ୍ତରାଗଡ଼ିଆ ନୀଳଗିରି ରାସ୍ତା ଜୁରିଆପାଟଣା ଛକରେ ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଆଜି ଧସେଇ ପଶିବାକୁ ଚେଷ୍ଟାକରିଥିଲା। କାର୍ଯ୍ୟରତ ପୋଲିସ ତାକୁ ବାରଣ କରିବାରୁ ସେ ପାଲଟା ଗାଳିଗୁଲଜ କରିଥିଲା । ଫଳରେ ଯୁବକ ଜଣକୁ ପୋଲିସ ଥାନାରେ ଅଟକ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.