ବାଇକ ଚୋର ସନ୍ଦେହରେ ଯୁବକଙ୍କ ନିସ୍ତୁକ ମାଡ, ଘରକୁ ଫେରୁଥିବାବେଳେ ଆକ୍ରମଣ

Published By : Prameya-News7 Bureau | November 20, 2023 IST

କଣ୍ଟାବାଞ୍ଜି ୨୦/୧୧: ଯୁବକଙ୍କୁ ବାଇକ ଚୋର ସନ୍ଦେହରେ ମାଡ । କଣ୍ଟାବାଞ୍ଜି ସାପ୍ତାହିକ ବଜାରରେ ନଜର ଆସିଛି ଏମିତି ଘଟଣା । ଜଣେ ବାଇକ ମାଲିକ ସହ ଅନ୍ୟ ମାନେ ନିସ୍ତୁକ ମାଡ ମାରିଛନ୍ତି ସେହି ଯୁବକଙ୍କୁ । ଯୁବକ ଜଣକ ପାଇକମାଳ ଅଞ୍ଚଳର ବୋଲି ନିଜର ପରିଚୟ ଦେଉଥିବା ବେଳେ ସେ କଣ୍ଟାବାଞ୍ଜି ପାଖ ଏକ ଗାଁକୁ ଆସିଥିଲେ ।

wp:embed {"url":"https://www.prameyanews7.com/miscreants-attacked-couple-in-balasore-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-attacked-couple-in-balasore-district/
/wp:embed

ସାପ୍ତାହିକ ବଜାରରେ ଥିବା ଏକ ହୋଟେଲରେ ଖାଇ ସାରିବା ପରେ ବାହାରେ ଥିବା ଏକ ବାଇକରେ ସେ ଯାଉଥିଲେ । ଠିକ ସେହି ସମୟରେ ବାଇକ ମାଲିକ ଚୋର ବୋଲି ଚିତ୍କାର କରିବା ପରେ ସେଠାରେ ଥିବା ଲୋକ ମାନେ ଯୁବକକୁ ଧରି ନିସ୍ତୁକମାଡ ମାରିଥିଲେ । କଣ୍ଟାବାଞ୍ଜି ପୋଲିସ ଘଟଣାର ଖବର ପାଇ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ତାକୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.