ବନ୍ଦ ଫ୍ଲାଟରୁ ମିଳିଲା ଯୁବକ ଯୁବତୀଙ୍କ ଶବ : ପରକୀୟା ପ୍ରେମରୁ ହତ୍ୟା ସନ୍ଦେହ
19/10/2018 at 3:27 PM

ନୋଏଡା ୧୯/୧୦: ଗ୍ରେଟର ନୋଏଡ଼ାର ସେକ୍ଟର ଓମିକ୍ରୋନ୍-୩ରେ ଗୁରୁବାର ସକାଳେ ଏକ ବନ୍ଦ ଫ୍ଲାଟରେ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ମିଳିଛି। ଯୁବକଙ୍କ ନାଁ ଗୈାରବ ଧାମା ଏବଂ ଯୁବତୀଙ୍କ ନାମ ପ୍ରୀତି ବୋଲି ଜଣାପଡ଼ିଛି। ଗୈାରବ ପାଖାପାଖି ଦୁଇ ମାସ ତଳେ ଏହି ସୋସାଇଟିରେ ରହିବାକୁ ଆସିଥିଲେ। ସେ ଅକ୍ଟୋବର ୧୬ତାରିଖରେ ଫେସବୁକରେ ପ୍ରେମ ବିବାହର ସୂଚନା ଅପଡେଟ୍ କରିଥିଲେ। ଗୈାରବ ନିକଟରେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ।
ପ୍ରୀତି ୫ବର୍ଷ ପୂର୍ବରୁ ଗ୍ରେଟର ନୋଏଡ଼ାର ସୁନପୁରା ଗାଁରେ ରହୁଥିବା ପ୍ରଦୀପଙ୍କୁ ବିବାହ କରୁଥିଲେ। ପ୍ରୀତିଙ୍କ ୨ଟି ସନ୍ତାନ ଅଛନ୍ତି। ଯେଉଁଦିନ ଗୈାରବ ଫେସବୁକରେ ପ୍ରେମ ବିବାହ ବିଷୟରେ ଅପଡେଟ୍ କରିଥିଲେ ସେହିଦିନଠାରୁ ପ୍ରୀତି ଗାୟବ ହୋଇଯାଇଥିଲେ। ଶାଶୁଘର ଲୋକେ ପ୍ରୀତିଙ୍କୁ ଖୋଜୁଥିଲେ।
ବୁଧବାର ରାତିରେ ଦୁଇଜଣଙ୍କ ପତ୍ତା ମିଳିଥିଲା। କିନ୍ତୁ ପୋଲିସକୁ ଏହି ବିଷୟର ସୂଚନା ୭ଘଣ୍ଟା ପରେ ମିଳିଥିଲା। ଏଥିପାଇଁ ସନ୍ଦେହ କରାଯାଉଛି ଯେ ସେମାନଙ୍କୁ ହତ୍ୟା ପରେ ପଙ୍ଖାରେ ଝୁଲାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି। ବାଗପତରେ ରହୁଥିବା ଗୈାରବର ପରିବାର ଲୋକଙ୍କ କହିବାନୁସାରେ ପ୍ରୀତିଙ୍କ ପରିବାର ଲୋକ ତାଙ୍କ ସଂପର୍କ ବିଷୟରେ ଜାଣିବା ପରେ ତାଙ୍କୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଛନ୍ତି। ପୋଲିସଙ୍କ କହିବା ମୁତାବକ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହାକୁ ନେଇ ତଦନ୍ତ ଆଗକୁ ହେବ।