Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ତହସିଲ୍‌ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲ୍‌ ସ୍ଥାନାନ୍ତର

16/03/2023 at 5:03 PM

ନୂଆପଡ଼ା ୧୬/୦୩: ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଅଫିସ୍‌ ଭିତରେ ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ। ତାଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନୂଆପଡ଼ା ତହସିଲ୍‌ ଅଫିସ୍‌ ଆଗରେ ଏହି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ଏକ ଯମି ବିକ୍ରି ମାମଲାରେ ଯୁବକ ଜଣଙ୍କ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁତର ଯୁବକଙ୍କ ପରିଚୟ ଜଗଦୀଶ ଚୌହାନ। ସେ ଜୋଙ୍କ ଥାନା କଲ୍ୟାଣପୁର ଗ୍ରାମର ବାସିନ୍ଦା।

ଖବର ଅନୁସାରେ, ଜଗଦୀଶ ବାହା ହୋଇ ବହୁ ବର୍ଷ ହେଲା ଛତିଶଗଡ଼ରେ ରହୁଥିଲେ। ଗୁରୁବାର ସେ ନୂଆପଡ଼ା ତହସିଲ ଅଫିସ ଆସି ଜମି ବିକ୍ରି ପାଇଁ  କାଗଜପତ୍ର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ । କିନ୍ତୁ ସେଠାରୁା ତାଙ୍କୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା । ଫଳରେ ସେ ଆଗରୁ ଆଣିଥିବା ପେଟ୍ରୋଲକୁ ଅଫିସ ଭିତରେ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ତହସିଲ କର୍ମଚାରୀ ନିଆଁକୁ ଆୟତ୍ତ କରି ତୁରନ୍ତ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ଯାଇଛି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ସେଠାରୁ ବୁର୍ଲ୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

   Related Posts