Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ବୈତରଣୀ ନଦୀରୁ ଭାସୁଥିବା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

14/03/2023 at 6:17 PM

ବଡବିଲ ୧୪।୩: କେନ୍ଦୁଝର ଜିଲ୍ଲା ଚମ୍ପୁଆ କୁଟାରୀପଶି ପଞ୍ଚାୟତ କଙ୍କଡ଼ାପାଟ ବୈତରଣୀ ନଦୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳର କିଛି ଲୋକ ନଦୀରେ ମୃତଦେହଟି ଅଧା ଭାସୁଥିବା ଦେଖି ଚମ୍ପୁଆ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀଙ୍କ ସହାୟତାରେ ପୋଲିସ ମୃତଦେହକୁ ନଦୀ ଭିତରୁ ଉଦ୍ଧାର କରିଛି । ତେବେ ମୃତ ଯୁବତୀଙ୍କ ଅଣ୍ଟାରେ ପଥର ବନ୍ଧାଯାଇଥିବା ସହ ଶରୀରର କିଛି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ତାଙ୍କୁ କେହି ହତ୍ୟା କରିବା ପରେ ଅଣ୍ଟାରେ ପଥର ବାନ୍ଧି ନଦୀକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।  ବିଭିନ୍ନ ଦିଗକୁ ନେଇ ଚମ୍ପୁଆ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଯୁବତୀଙ୍କ ଜଣଙ୍କ ପରିଚୟ କ’ଣ ଏବଂ ସେ କେଉଁ ଅଞ୍ଚଳର ସେ ନେଇ ପୋଲିସ ପତ୍ତା ଲଗାଇବାକୁ  ଚେଷ୍ଟା ଚଳାଇଛି । ଯୁବତୀଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିବା ପରେ ତାଙ୍କର କେଉଁଭଳି ପରିସ୍ଥିତିରେ  ମୃତ୍ୟୁ ଘଟିଲା, ତାଙ୍କୁ କିଏ ଓ କାହିଁକି ହତ୍ୟାକଲା ସେନେଇ ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି । 

   Related Posts