ଯୁବତୀଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ଡାକ୍ତରଖାନାରେ ଚାପା ଉତ୍ତେଜନା, କର୍ମଚାରୀଙ୍କ ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | June 24, 2022 IST

ଢେଙ୍କାନାଳ : ଯୁବତୀଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାପା ଉତ୍ତେଜନା । ବେଫିକର କର୍ମଚାରୀଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅବସ୍ଥା ସଙ୍କଟାପନ୍ନ ସତ୍ତ୍ବେ ଗୁରୁତ୍ବ ନଦେବାରୁ ଏଭଳି ଅଘଟଣ ଘଟିଛି ବୋଲି ପରିବାର ଲୋକ କହିଛନ୍ତି । ମୃତ ଯୁବତୀ ଜଣଙ୍କ କାମାକ୍ଷାନଗର ଉପଖଣ୍ଡ ମଠକରଗୋଳା ଗ୍ରାମର ଦୀପକ ବେହେରାଙ୍କ ଝିଅ ରୋଜି ବେହେରା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରୋଜିଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରିବାର ଲୋକ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ଗୁରୁତର ଆନିମିଆ ରୋଗରେ ପୀଡିତ ଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଫଳରେ ଡାକ୍ତରଖାନାରେ ଦାୟିତ୍ବରେ ଥିବା ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ ବୋଲି ଜଣାପଡିଛି । ମାତ୍ର ଏସଂକ୍ରାନ୍ତରେ ବ୍ୟବସ୍ଥା ଦାୟିତ୍ବରେ ଥିବା କର୍ମଚାରୀମାନେ କଟକ ଏସସିବି ସ୍ଥାନାନ୍ତରିତ ଦିଗରେ ଗୁରୁତ୍ବ ଦେଇନଥିବା ଜଣାପଡିଛି । ଫଳରେ ଅସହାୟ ପରିବାର ଝିଅକୁ ମହିଳା ଭେଷଜ ୱାର୍ଡକୁ ନେଇ ରଖିଥିଲେ । ମାତ୍ର ଶୁକ୍ରବାର ଭୋର ସମୟରେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଫଳରେ ଅକ୍ସିଜେନ୍ ଦେବାରେ ଅବହେଳା ଓ କର୍ମଚାରୀଙ୍କ  ବେଫିକର ମନୋଭାବକୁ ଦାୟୀ କରିଛନ୍ତି ମୃତ ଯୁବତୀଙ୍କ ପରିବାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.