ଲୁଣା ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ

Published By : Prameya-News7 Bureau | August 15, 2022 IST

ନିଶ୍ଚିନ୍ତକୋଇଲି ୧୫।୮: ଲୁଣା ନଦୀକୁ ଡେଇଁଲେ ଯୁବତୀ । ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି ।  ନେମାଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି ବରପଡା ପୋଲ ଉପରୁ ଲୁଣା ନଦୀକୁ ଡେଇଁ ପଡିଲେ ଯୁବତୀ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଯୁବତୀ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି ।  ତେବେ କଣ ପାଇଁ ସେ ନଦୀକୁ ଡେଇଁଛନ୍ତି ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.