ରୋଷେଇ ବେଳେ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଗୁରୁତର

Published By : Prameya-News7 Bureau | August 16, 2022 IST

କଳାହାଣ୍ଡି ୧୬: ରୋଷେଇ କରୁଥିବା ବେଳେ ଗ୍ୟାସ୍‌ରୁ ନିଆଁ ଲାଗି ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।        

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚିଚିଆ ଗ୍ରାମର ସୁବଳ ନାଏକଙ୍କ ଝିଅ ଯଶୋଦା ନାଏକ ମଙ୍ଗଳବାର ଦିନ ୧୨ଟା ସମୟରେ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା । ତାଙ୍କ ବାପା-ମା ବିଲକୁ ଯାଇଥିବା ବେଳେ ଘରେ କେହି ନଥିଲେ ସେହି ସମୟରେ ଯଶୋଦାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ନିଜେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରି ସେ ଜୋରରେ ଚିତ୍କାର କରିବାରୁ ତାଙ୍କ ଚିତ୍କାର ଶୁଣି ପାଖ ପଡିଶା ଆସି ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କ ବାପା-ମା’ଙ୍କୁ ଖବର ଦେବାରୁ ସେମାନେ ଆସି ଯଶୋଦାଙ୍କୁ ଗୋଲାମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଶରୀରର ୭୫ ପ୍ରତିଶତ ପୋଡି ଯାଇଥିବା ଯୋଗୁଁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ  । ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.