ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ

Published By : Prameya-News7 Bureau | June 27, 2022 IST

କେନ୍ଦୁଝର ୨୭।୬: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦୁଝର ଝୁମ୍ପୁରା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ରହୁଥିବା ଏମ୍‌ଡି ମନାଫିର ଆଲାମଙ୍କ ବାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣଙ୍କ ତାଙ୍କ ଘରେ କାମ କରୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଝୁମ୍ପୁରା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ରହୁଥିବା ଏମ୍‌ଡି ମନାଫିର ଆଲାମଙ୍କ ବାଡିରେ ଥିବା ଏକ ଆମ୍ବ ଗଛରେ ତାଙ୍କ ଘରେ କାମ କରୁଥିବା ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ମୃତ ଯୁବତୀ ହେଲେ ମୟୂରଭଞ୍ଜ ଜିଲ୍ଲା ଜାମୁନାଳିଆ ଗାଁର ରେଣୁବାଳା ଗିରି । ଯୁବତୀଙ୍କ ଗୋଡ ତଳେ ଲାଗିଥିବା ବେଳେ ଆଣ୍ଠୁ ଦୁଇଟି ତଳେ ଇଟା ରହିଛି । ତେଣୁ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଯୁବତୀଙ୍କୁ କେହି ହତ୍ୟା କରି ଏଠାରେ ଝୁଲାଇ ଦେଇଥିବା ଜଣାପଡୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେପଟେ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି । ସେମାନେ ଆସି ପହଞ୍ଚିବା ପରେ ତାଙ୍କଠାରୁ କିଛି ସୂଚନା ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.