oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଧାରଣାରେ ବସିଲେ ଯୁବତୀ

26/07/2021 at 5:32 PM

ଆନନ୍ଦପୁର ୨୬।୭: ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜଳସରପୁର ଗ୍ରାମର ଜଣେ ଯୁବତୀ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚଳିତ ମାସ ୧୩ ତାରିଖରେ ଗାଁର ପ୍ରଫୁଲ୍ଲ ଜୋନାଙ୍କ ପରିବାର ଉପରେ ସେହି ଗ୍ରାମର ଅନ୍ୟ ଏକ ପରିବାର ଘରେ ପଶି ଆକ୍ରମଣ କରିଥିଲେ । ଏହି ଘଟଣାର ପ୍ରଫୁଲ୍ଲଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହୋଇଥିଲେ । ଆକ୍ରମଣ ସମ୍ପର୍କରେ ନନ୍ଦିପଦା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ଆନ୍ତରିକତା ଦେଖାଉନଥିବାରୁ ଅଭିଯୁକ୍ତମାନେ ଖୋଲା ବୁଲୁଛନ୍ତି । ପୋଲିସର ଏଭଳି ମନଭାବ ଯୋଗୁଁ ଅଭିଯୁକ୍ତମାନେ ଅଧିକ ସାହସ ପାଇ ଓଲଟା ପୀଡିତ ପରିବାରକୁ ଧମକଚମକ ଦେବାରୁ ପୀଡିତ ପ୍ରଫୁଲ୍ଲଙ୍କ ପରିବାର ଗାଁରେ ଚଳିବା ମୁସ୍କିଲ ହୋଇଯାଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଝିଅ ଚମ୍ପାବତୀ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଧାରଣାରେ ବସିଛନ୍ତି । ସେପଟେ ପୋଲିସ ଏହି ଘଟଣାରେ କୌଣିସ ପ୍ରତିକ୍ରିୟା ଦେବାକୁ ମନା କରିଛି । ଉପଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷପକରି ନ୍ୟାୟ ପ୍ରଦାନ ପାଇଁ ଦାବି ହୋଇଥିବାବେଳେ ଉପଜିଲ୍ଲାପାଳ କାର୍ଯ୍ୟାଳରେ ଅନୁପସ୍ଥିତ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ ।

   Related Posts