ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପଠାରେ ପଡି ବଞ୍ଚିଗଲା ଜୀବନ

Published By : Prameya-News7 Bureau | June 06, 2022 IST

ଭଦ୍ରକ ୬।୬: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ । କିନ୍ତୁ ପଠାରେ ପଡିଗଲେ, ବଞ୍ଚିଗଲା ଜୀବନ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଭଦ୍ରକ ସହର ବାଇପାସ୍ ନିକଟ ରାଜଘାଟ ବ୍ରିଜରୁ ଡେଇଁ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣଙ୍କ ଦୁଇ ବ୍ରିଜ୍ ମଝିରେ ଡେଇଁ ପଡିଥିବା ବେଳେ ନଦୀ ପଠାରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଦେଖି ଉଦ୍ଧାର କରିଥିଲେ । ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପରିଚୟ ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.