suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଲଜ୍‌ ରୁମ୍‌ରେ ଯୁବତୀଙ୍କ ଆତ୍ମହତ୍ୟା, ପୋଲିସ୍‌ର ଛାନ୍‌ଭିନ୍‌

11/09/2022 at 4:01 PM

ପୁରୀ, ୧୧/୦୯: ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା। ପୁରୀ ବଡ଼ଶଙ୍ଖ ସ୍ଥିତ ଏଚ୍ ଆର ଲଜରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀ ଜଣକ ନିଜ ହାତ କାଟି ଦେବା ସହ ବେକରେ ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡିଛନ୍ତି। ଆତ୍ମହତ୍ୟା କରିଥିବା ଯୁବତୀ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି।‌ ତେବେ ଲଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି।

ଗତକାଲି ପାୟଲ ପରିବାର ଲୋକଙ୍କୁ କିଛି ନକହି ପୁରୀ ଆସିଥିଲେ । ବଡ଼ଶଙ୍ଖ ପାଖରେ ଥିବା ଏଚ୍ ଆର୍ ଲଜରେ ୫୦୦ ଟଙ୍କା ଦେଇ ରୁମ୍ ନେଇଥିଲେ। ସେପଟେ ପାଏଲଙ୍କ ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିବା ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଖବର ପାଇ ପରିବାର ଲୋକେ ପୁରୀ ଆସିଥିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ପାୟଲ୍ ଏକ ଚିଠି ଲେଖିଥିଲେ। ସେଥିରେ ତାଙ୍କ ପରିବାରର ବାପା, ମା, ଭାଇ, ଭଉଣୀ ସମସ୍ତେ ଭଲ ଲୋକ ଲେଖିଥିବା ବେଳେ ଆତ୍ମହତ୍ୟାର କାରଣ କିନ୍ତୁ କିଛି ଲେଖିନଥିଲେ। ସେପଟେ ପାୟଲ ଗତକାଲି ଏକୁଟିଆ ଆସି ଲଜରେ ରୁମ୍ ଭଡା ନେଇ ରହିଥିବା ବେଳେ କେଉଁ କାରଣରୁ ଏଭଳି ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପରିବାର ଲୋକେ କହିଛନ୍ତି ।‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

   Related Posts