ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ରାସ୍ତାକଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

15/07/2022 at 5:54 PM

ଫୁଲବାଣୀ, ୧୫/୦୭: କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ଶୁକ୍ରବାର ସକାଳେ ରାଇକିଆ ଥାନା ଅନ୍ତର୍ଗତ ଡଡ଼ଙ୍ଗିଆ ରାସ୍ତାକଡରେ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଲୋକେ ଦେଖିଵା ପରେ ସମ୍ପୃକ୍ତ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା l ମିଳିଥିବା ସୂଚନା ଅନୁସାରେ ଯେ ଯୁବତୀ ଜଣଙ୍କ ନିକଟସ୍ଥ ବୁଡ଼ିଅପାଙ୍ଗl ଗ୍ରାମର କିଶୋର ପ୍ରଧାନଙ୍କ ଝିଅ ରଞ୍ଜିତା ପ୍ରଧାନ l ଗୁରୁବାର ରଂଜିତା କୌଣସି କାର୍ଯ୍ୟରେ ଫୁଲବାଣୀ ଆସିଥିଲେ l କାମ ସାରି ଘରକୁ ବସ ଯୋଗେ ଫେରୁଥିବା ନେଇ ଫୋନ କରି ଜଣାଇଥିଲେ l ହେଲେ ଘରକୁ ନ ଫେରିବାରୁ ଘରଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ l ପରେ ରଂଜିତାଙ୍କ ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା l

ଶୁକ୍ରବାର ସକାଳେ ରଂଜିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଡ଼ଡ଼ଙ୍ଗିଆ ରାସ୍ତାକଡରେ ଦେଖିବାକୁ ମିଳିଥିଲା l ପରିବାର ଲୋକେ ଏ ନେଇ ପୋଲିସକୁ ଜଣାଇବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଘଟଣାର ଛାନଭିନ କରୁଛି l ଦୁର୍ବୃତ୍ତମାନେ ଦୁଷ୍କର୍ମ ପରେ ହତ୍ୟା କରି ରାସ୍ତାକଡ଼ରେ ଫୋପାଡ଼ି ଦେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି l ତେଵେ ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ମିଳିବ ବୋଲି ତଦନ୍ତକାରୀ ଟିମ କହିଛି l

   Related Posts