ଫାୟାର ସେଫ୍ଟି ସିକ୍ୟୁରିଟି ସଂସ୍ଥାର ଯୁବତୀଙ୍କୁ ଛୁରିଭୂସି ହତ୍ୟା, ଚାକିରୀ ବିବାଦରୁ ଅଫିସରେ ପଶି ଆକ୍ରମଣ

Published By : Prameya-News7 Bureau | June 23, 2023 IST

ଭୁବନେଶ୍ୱର ୨୩/୦୬: ଫାୟାର ସେଫ୍ଟି ସିକ୍ୟୁରିଟି ସଂସ୍ଥାରେ ଯୁବତୀଙ୍କୁ ହତ୍ୟା । ପ୍ରତିଶୋଧ ପରାୟଣ ହୋଇ ଯୁବକ କଲେ ହତ୍ୟା । ଦୁଇଦିନ ପୂର୍ବରୁ ଯୁବତୀଙ୍କୁ କାର୍ଯ୍ୟାଳୟରେ ହୋଇଥିଲା ଛୁରା ମାଡ଼ । ପ୍ରଥମେ ହାଇଟେକ୍ ଏବଂ ପରେ କଟକ ମେଡିକାଲରେ ହେଉଥିଲେ ଚିକିତ୍ସିତ । ଯୁବତୀଙ୍କ ଜଣକ ଜଗତସିଂହପୁର ଅଞ୍ଚଳ ବୈଜୟନ୍ତୀ ସାହୁ । ସିକ୍ୟୁରିଟି ଗାର୍ଡ ପୋଷ୍ଟ ପାଇଁ ଚାଲିଥିଲା ବିବାଦ । ଯୁବକଙ୍କୁ ଧରିବା ପାଇ ପୋଲିସର ଦୁଇଟି ସ୍କ୍ୱାର୍ଡ ଜାରି ରଖିଛନ୍ତି ରେଡ୍ । ଛୁରା ମାଡ ମାରିଥିବା ଯୁବକ ହେଲେ ରମେଶ ବାରିକ୍ ।

ସୂଚନା ଥାଉକି, ସ୍ଥାନୀୟ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଫାୟାର ସେଫ୍ଟି ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟରତ ବୈଜୟନ୍ତୀ ସାହୁଙ୍କୁ ସେହି ସଂସ୍ଥାର ପୂର୍ବତନ କର୍ମଚାରୀ ରମେଶ ବାରିକ୍ ଛୁରା ମାଡ଼ କରିଛନ୍ତି । ପୂର୍ବରୁ ରମେଶ ସେହି କମ୍ପାନୀରେ ଚାକିରି କରୁଥିବା ବେଳେ କୌଣସି କାରଣରୁ ତାଙ୍କୁ ବାହାର କରିଦିଆ ଯାଇଥିଲା । ସେହି ପୋଷ୍ଟରେ ଅନ୍ୟ ଜଣକୁ ଚାକିରି ଦିଆଯାଇଥିଲା ।

wp:embed {"url":"https://www.prameyanews7.com/jagatpur-police-arrest-culprit-of-kavita-murder-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jagatpur-police-arrest-culprit-of-kavita-murder-case/
/wp:embed

ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିନଥିଲେ ରମେଶ ଏବଂ ଯେ କେହି ବି ସେହି ଜାଗାରେ ଚାକିରି କରିବେ ତାଙ୍କୁ ସେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଉକ୍ତ ପୋଷ୍ଟରେ ବୈଜୟନ୍ତୀ କାମ କରିବାରୁ ଉତକ୍ଷୀପ୍ତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ବୈଜୟନ୍ତୀଙ୍କୁ ଛୁରା ମାଡ଼ କରିଥିଲେ । ଛୁରା ମାଡ ପରେ ପ୍ରଥମେ ନିକଟସ୍ଥ ହାଇଟେକ୍ ମେଡିକାଲ୍ ନିଆ ଯାଇଥିବା ବେଳେ ପରେ କଟକ ସ୍ଥାନାନ୍ତରତ କରାଯାଇଥିଲା କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ୍ ର ଦୁଇଟି ସ୍ଵତନ୍ତ୍ର ଟିମ୍ ରମେଶ କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି। ତେବେ ଚାକିରି ବିବାଦକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଏବେ ଚର୍ଚ୍ଚା ଓ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.