ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ; ମୃତ ଘୋଷଣା କଲେ ଡାକ୍ତର
27/01/2023 at 9:02 PM

କଟକ ୨୭/୦୧: ମହାନଦୀକୁ ଡେଇଁ ଯୁବତୀଙ୍କ ମୃତ୍ୟୁ। କଟକ ହରିଣ ପାର୍କ ପାଖରେଥିବା ମହାନଦୀ ଘାଟରେ ଜଣେ ଯୁବତୀ ନଦୀକୁ ହଠାତ୍ ଡେଇଁ ପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ସେ କାହିଁକି ଏପରି କଲେ ତାର କାରଣ ଅସ୍ପଷ୍ଟ ରହିଛି।