ନିଜ ଘରେ କଳାକନା ବୁଲାଇଲେ ଯୁବତୀ : ଡୁପ୍ଲିକେଟ୍ ଚାବି ତିଆରି କରି ପ୍ରେମିକକୁ ଦେଲେ,ମିଶିମାଶି ୭ଲକ୍ଷ ଲୁଟିଲେ
1/12/2020 at 1:55 PM

ରାଜକୋଟ ୧/୧୨: ଲିଭ ଇନ୍ରେ ରହୁଥିବା ଜଣେ ଯୁବତୀ ନିଜ ଘରେ ହିଁ ଲକ୍ଷ ଲକ୍ଷ ଟଙ୍କାର ଚୋରି କରାଇଛନ୍ତି। ସେ ନିଜ ବୟଫ୍ରେଣ୍ଡଙ୍କୁ ଲଗାଇ ଚୋରି କରାଇଥିଲେ ଏବଂ ଡୁପ୍ଲିକେଟ୍ ଚାବି ମଧ୍ୟ କରି ତାଙ୍କୁ ଦେଇଥିଲେ। ଏହି ଅଭାବନୀୟ ଘଟଣା ଘଟିଛି ଗୁଜରାଟର ରାଜକୋଟ ସହରରେ।
ରାଜକୋଟର ରେଲଓ୍ବେ ନଗରର ରାମେଶ୍ବର ପାର୍କ ସୋସାଇଟିରେ ରହୁଥିବା ଫ୍ରାନସିସଙ୍କ ଘରେ ନଭେମ୍ବର ୨୫ତାରିଖରେ ଚୋରି ହୋଇଛି। ଚୋର ତାଙ୍କ ଘରୁ ସୁନାର ଗହଣା ଏବଂ କ୍ୟାଶ୍ ସହିତ ପାଖାପାଖି ୭ଲକ୍ଷ ଟଙ୍କା ଚୋରି କରି ନେଇଯାଇଛି। ପୋଲିସ୍ ଏହି ମାମଲାର ତଦନ୍ତ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତଦନ୍ତରୁ ଜଣା ପଡ଼ିଥିଲା ଯେ ଫ୍ରାନସିସଙ୍କ ଝିଅ ହିଁ ଚୋରି କରାଇଥିଲେ ଏବଂ ବାପାଙ୍କ ଭାଣିଜୀଙ୍କ ବିରୋଧରେ ଚୋରି ଅଭିଯୋଗ କରିଥିଲେ।
ଫ୍ରାନସିସ୍ କହିଥିଲେ ଯେ ସେ ନଭେମ୍ବର ୨୪ତାରିଖରେ ପରିବାର ସମେତ ଜଣେ ସମ୍ପର୍କୀୟଙ୍କ ଘରକୁ କୌଣସି ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦିଲ୍ଲୀ ଯାଇଥିଲେ। ସେହି ସମୟରେ ଘରର ଚାବି ନିଜ ଭାଣିଜୀକୁ ଦେଇ ଯାଇଥିଲେ। ନଭେମ୍ବର ୨୫ତାରିଖରେ ପଡ଼ୋଶୀ ନିଲୋଫରଙ୍କୁ ଘରର ପଛ କବାଟ ଖୋଲା ଥିବାର ସୂଚନା ଦେଇଥିଲେ। ନିଲୋଫର ଘରେ ପହଞ୍ଚି ସବୁ ଜିନିଷ ବିକ୍ଷିପ୍ତ ଭାବେ ପଡ଼ିଥିବାର ଦେଖିଥିଲେ। ତଦନ୍ତରୁ ଜଣା ପଡ଼ିଥିଲା ଯେ ଘରୁ ସୁନାର ୨ବିସ୍କୁଟ,ସୁନାର ଗୋଟିଏ ଚେନ୍ ଏବଂ ୧ଲକ୍ଷ ୬୦ହଜାର ଟଙ୍କା କ୍ୟାଶ୍ ଚୋରି ହୋଇଯାଇଥିଲା। ସମସ୍ତ ଜିନିଷ ଏବଂ କ୍ୟାଶର ମୂଲ୍ୟ ପାଖାପାଖି ୭ଲକ୍ଷ ୩୪ହଜାର ଟଙ୍କା ଥିଲା।
ଫ୍ରାନସିସଙ୍କ ଝିଅ ନିଲୋଫରକୁ ଚାବି ଦିଆଯାଇଥିବା କଥା ଜାଣିଥିଲେ। ତେଣୁ ସବୁ ଦୋଷ ନିଲୋଫରଙ୍କ ଉପରକୁ ଯିବ ବୋଲି ସେ ପୂର୍ବରୁ ଯୋଜନା କରିଥିଲେ।
ପୋଲିସକୁ ପରିବାର ସଦସ୍ୟଙ୍କ ଉପରେ ସନ୍ଦେହ ହେବାରୁ ସର୍ବ ପ୍ରଥମେ ନିଲୋଫରଙ୍କ ଯାଞ୍ଚ କରାଯାଇଥିଲା କିନ୍ତୁ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା। ଏହି ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ ଫ୍ରାନସିସଙ୍କ ଝିଅ ପାର୍ଥ ନାମକ ଯୁବକଙ୍କ ସହ ଲିଭ ଇନରେ ରହୁଛନ୍ତି।
