Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଦିବ୍ୟାଙ୍ଗ କାରିଗରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଯୁବ ଇଞ୍ଜିନିୟର୍‌; ଚିକିତ୍ସା ସହାୟତା ପାଇଁ ଦେଲେ ପ୍ରତିଶୃତି

15/02/2023 at 7:35 PM

ନୀଳଗିରି ୧୫/୦୨ : ଦିବ୍ୟାଙ୍ଗ କାରିଗରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏଭଳି ପରିସ୍ଥିତିରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଉତ୍କଳମଣି ନିସ୍ୱାର୍ଥ ସେବା ସଂଗଠନର ମୁଖ୍ୟ ଅମୂଲ୍ୟ କୁମାର ଜେନା। ସେ ଏବେ ଜଣେ ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ। କାରିଗରଙ୍କ ପରିଚୟ ବିମଲ କୁମାର ଦଳେଇ। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଜୁରିଆପାଟଣା ଗାଁରେ ତାଙ୍କ ଘର। ସେ ଦିବ୍ୟାଙ୍ଗ ହୋଇଥିବାରୁ ବାପା ମାଆ ଏବେ ତାଙ୍କର ସମସ୍ତ ସେବା କରୁଛନ୍ତି।

ଖବର ଅନୁସାରେ, ବିମଲ ୨୦୧୧ରେ ଗୁଜରାତକୁ ପଥର ମୁର୍ତ୍ତି କାମ କରିବାକୁ ଯାଇଥିଲେ। ତାଙ୍କୁ ବଉଳଗଡ଼ିଆ ଗାଁର ଗୟାଧର ଧାମୁଡ଼ିଆ (ବାବୁ) ନାମକ ଠିକାଦାର ନେଇ ଗାନ୍ଧୀନଗର ପୁନିତଧାମ ଜୈନ ମନ୍ଦିରରେ କାମ କରାଉଥିଲେ। ମନ୍ଦିର କାମ କଲା ବେଳେ ସେ ହଠାତ ତଳକୁ ଖସିପଡିଥିଲେ। ଫଳରେ ତାଙ୍କର ମେରୁଦଣ୍ଡରେ ଆଘାତ ଲାଗିବାରୁ ସେବେଠାରୁ ସେ ଚାଲିବାକୁ ଅକ୍ଷମ।

ଇଞ୍ଜିନିୟର୍‌ ଅମୂଲ୍ୟ କୁମାର ଜେନା

ସେତେବେଳେ ସମ୍ପୃକ୍ତ ଠିକାଦାର କିମ୍ବା ମନ୍ଦିର କର୍ତ୍ତୃପକ୍ଷ ତାଙ୍କୁ ଉତ୍ତମ ଚିକିତ୍ସା ନଦେଇ ସାଧା କାଗଜରେ ଦସ୍ତଖତ କରାଇଥିଲେ। ସେହିଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ଶେଷରେ ସେ ଅକ୍ଷମ ହୋଇ ଦିନ କାଟୁଛନ୍ତି। ଅନ୍ୟପଟେ ନିରାଶ ହୋଇ ସେ ଇଚ୍ଛାମୃତ୍ୟୁ ପାଇଁ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ଏଥିରେ ପ୍ରଶାସନ ସଜାଗ ହେଲେବି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି।

ସମ୍ପୃକ୍ତ ପଥରକାମ ଠିକାଦାର ବାବୁ ଧାମୁଡ଼ିଆ

ବିମଲଙ୍କର ଏପରି ସମସ୍ୟା ଦେଖି ନୀଳଗିରି ଉତ୍କଳମଣି ସଂଗଠନର ମୁଖ୍ୟ ତଥା ଇଞ୍ଜିନିୟର ଅମୂଲ୍ୟ କୁମାର ଜେନା ସହଯୋଗର ହାତ ବଢାଇଛନ୍ତି। ସେହି ଅଞ୍ଚଳର ଜଣେ ଯୁବକଙ୍କ ସହାୟତାରେ ସେ ଆଜି ଅର୍ଥରାଶି ଦେବା ସହ ଚିକିତ୍ସା ଯୋଗାଇବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଦିବ୍ୟାଙ୍ଗ କାରିଗର ଏବେ ପରିବାର ପାଇଁ ବୋଝ ହୋଇଥିବା ବେଳେ ତାଙ୍କର ମା ମଧ୍ୟ ନିଜକୁ ଅସହାୟ ମଣିଛନ୍ତି। ସେପଟେ ଯୁବ ଇଞ୍ଜିନିୟର ଅବହେଳିତଙ୍କୁ ନିଜ ସଙ୍ଗଠନ ମାଧ୍ୟମରେ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରୁଥିବା କହିଛନ୍ତି।

   Related Posts