ଭୁବନେଶ୍ୱରରେ ଛାତ୍ରଙ୍କୁ ଅପହରଣ ! ମାଡ ମାରି ରାସ୍ତାକଡରେ ଫିଙ୍ଗିଦେଲେ , ଲୁଟିନେଲେ ପର୍ସ ଓ ମୋବାଇଲ

Published By : Prameya-News7 Bureau | December 19, 2020 IST

ଭୁବନେଶ୍ୱର ୧୯।୧୨: ଦିନ ଦ୍ୱିପହରରେ ଅପହରଣ । ଏହା ପୁଣି ଖୋଦ ରାଜଧାନୀରେ ।  ଭୁବନେଶ୍ୱରରେ ଅପହରଣ ଅଭିଯୋଗ । ଟିଉସନ ଯାଉଥିବା ବେଳେ ୩ ଜଣ ଯୁବକ ବାଇକରେ ଆସି ଜଣେ ଛାତ୍ରକୁ ଅପହରଣ କରିଥିଲେ । କିନ୍ତୁ ଏହାର କିଛି ସମୟ ପରେ  ଯୁବକଙ୍କୁ ଛାଡ଼ିଦେଇଛନ୍ତି  ।

{"id":379342,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଶୁକ୍ରବାର ଦିନ ୩ ଟା ବେଳେ ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା । ତାଙ୍କର  ହୋସ ଆସିବା ପରେ ଯୁବକ ଜଣକ ନିଜକୁ ଏଜି ଛକ ପାଖରେ ଥିବା ଏକ ପୁରୁଣା ଇନ୍ଦିରା ଗାନ୍ଧୀ ସ୍କୁଲ ପାଖରେ ପଡିଥିବା ଜାଣି ପାରିଥିଲେ ।  ଅପହରଣ କାରୀ ତାଙ୍କୁ ମାଡ଼ ବି ମାରିଥିଲେ । ତାଙ୍କ ପର୍ସ ଓ ମୋବାଇଲ ନେଇଯାଇଛନ୍ତି । ଅପହରଣ ବେଳେ ଯୁବକଙ୍କୁ କିଛି ସ୍ପ୍ରେ କରି ଅଚେତ କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଛାତ୍ର ଜଣକ ହେଉଛନ୍ତି ପୀୟୂଷ କୁମାର ପାତ୍ର,+3 ରେ ପଢୁଛନ୍ତି ।  ସେ ସାଇକଲ ରେ ଟିଉସନ ଯାଉଥିଲେ । ଏନେଇ ତାଙ୍କ ବାପା ଖଣ୍ଡଗିରି ଥାନା ରେ ଏଫ ଆଇଆର ଦେବେ ବୋଲି କହିଛନ୍ତି।  ପୀୟୂଷ କ୍ୟାପିଟାଲ ହସ୍ପିଟାଲ ପାଖ କଲୋନୀରେ ବାପା ମା ଙ୍କ ସହ ରହୁଛନ୍ତି । ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିସ୍ତିତ ହେଉଛନ୍ତି । ତାଙ୍କର କୌଣସି ପୂର୍ବ ଶତ୍ରୁତା ନଥିବା ତାଙ୍କ  ବାପା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.