ଜଳେଶ୍ୱର ୧୯/୧୨: ବିଦ୍ୟୁତ୍ ଟ୍ରାନସଫର୍ମରକୁ ଉଠି ବିଦ୍ୟୁତ୍ ସଂଯୋଗ କଲା ବେଳେ ଯୁବକଙ୍କ ମୃତ୍ୟୁ। ମୃତକ ବିଦ୍ୟୁତ କାମ କଲା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି। ଟ୍ରାନସଫରମର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନସ୍ଥ ତାଡଦା ଗାଁରେ ହୋଇଛି। ମୃତ ଯୁବକଙ୍କ ପରିଚୟ ସୂର୍ଯ୍ୟକାନ୍ତ ବିଶ୍ଵାଳ। ସେ ତାଡ଼ଦା ଗାଁର ବାସିନ୍ଦା।
ଖବର ଅନୁସାରେ, ସୋମବାର ଅପରାହ୍ଣ ୨ଟା ବେଳେ ଗାଁ ଲୋକମାନେ ୧୧ କେଭି ଟ୍ରାନ୍ସଫର୍ମର ଉପରେ ସୂର୍ଯ୍ୟକାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପରେ ସିଂଲା ଥାନା ଏବଂ ଅଗ୍ନିଶମ ବାହିନୀକୁ ସେମାନେ ଜଣାଇଥିଲେ। ଘଟଣାସ୍ଥଳରେ ସିଂଲା ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସୂର୍ଯ୍ୟକାନ୍ତ କାହିଁକି ଟ୍ରାନ୍ସର୍ଫମରକୁ ଉଠିଥିଲେ ବା ତାଙ୍କୁ କିଏ ଉଠିବାକୁ କହିଥିଲେ ସେନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି ।