ଫିକା ପଡ଼ିଲା ଖୁସିର ମାହୋଲ୍; ବରଯାତ୍ରୀରେ ନାଚିବାବେଳେ ଟଳିପଡ଼ିଲେ ଯୁବକ
25/01/2023 at 8:46 PM

ଆନନ୍ଦପୁର ୨୫/୦୧: ବରଯାତ୍ରୀରେ ଶୋଭାଯାତ୍ରାରେ ନାଚିବା ବେଳେ ଟଳିପଡ଼ିଲେ ଯୁବକ। ନାଚୁ ନାଚୁ ହଠାତ ଯୁବକ ଜଣଙ୍କ ତଳେ ପଡ଼ିଯାଇଥିଲେ। ପରେ ତୁରନ୍ତ ତାଙ୍କୁ ଡାକ୍ତରକଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆନନ୍ଦପୁର ଉପଖଣ୍ଡ ଟୋଲଙ୍କପଡ଼ା ଗାଁରେ ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ପରିଚୟ ଦୁଃଖବନ୍ଧୁ ସାହୁ।
ଖବର ଅନୁସାରେ, ଗାଁ ରେ ଜଣେ ଝିଅ ବାହାଘର ଖୁସିରେ ଦୁଃଖବନ୍ଧୁ ବରଯାତ୍ରୀଙ୍କ ସହ ଜଣଙ୍କ ମିଶି ନାଚୁଥିଲେ। ଅଚାନକ ନାଚିବା ସମୟରେ ସେ ତଳକୁ ଗଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ମେଡ଼ିକାଲରେ ଡ଼ାକ୍ତର ତାଙ୍କୁ ଜଣକୁ ମୃତ ଘୋଷଣା କରିଥିଲୋ ଏହା ପରେ ସେହି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023