ପର୍ଣ୍ଣ ଭିଡିଓ ପ୍ରତି ଆଡିକ୍ଟେଡ୍ ୧୪ରୁ ୧୮ବର୍ଷ ବୟସର ପିଲା, ଆସିଲା ରିପୋର୍ଟ
12/03/2023 at 12:43 PM

ନୂଆଦିଲ୍ଲୀ୧୨/୦୩; ୧୪ରୁ ୧୮ବର୍ଷ ବୟସର ପିଲାଙ୍କ ମଧ୍ୟରେ ବଢୁଛି ପର୍ଣ୍ଣ ଭିଡିଓ ଦେଖିବାର ନିଶା। ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ଏକ ସର୍ଭେରୁ ଏହା ଜଣା ପଡିଛି। ଏହି ବୟସର ପିଲା ପର୍ଣ୍ଣ ଭିଡିଓ ପ୍ରତି ଆଡିକ୍ଟେଡ୍ । ଗାର୍ଡିଏନ୍ ଫ୍ରାଇଡେମେରେ ମାର୍ଚ୍ଚ ୧୦ରେ ଏକ ରିପୋର୍ଟ ଆସିଛି। ଯୌନ ଶୋଷଣ ମାମଲାକୁ ନେଇ ଏକ ରିସର୍ଚ୍ଚ ସମୟରେ ୪ହଜାର ଶିକ୍ଷାର୍ଥୀଙ୍କୁ ନେଇ ସର୍ଭେ ହୋଇଥିଲା। ଯେଉଁଥିରେ ଜଣାପଡିଥିଲା ୨୨ଭାଗ ପିଲା ପର୍ଣ୍ଣ ପ୍ରତି ଆଡିକ୍ଟେଡ୍ ଅଛନ୍ତି। ତେବେ ପ୍ରଥମ ଥର ପର୍ଣ୍ଣ ଦେଖୁଥିବା ପିଲାଙ୍କର ବୟସର ପାଖାପାଖି ୧୨ ଥିଲା।
ଡିଗ୍ନିଫାଏର ଚିଫ୍ ଏକ୍ଜୁକେଟିଭ୍ ଅଫିସର ହେଲେନ୍ ରୋବର୍ଟଙ୍କ କହିବା ଅନୁଯାୟୀ, ଯୌନ ଶୋଷଣର ଘଟିବା ପଛରେ କମ୍ ବୟସର ପିଲା ଙ୍କ ପର୍ଣ୍ଣ ଭିଡିଓ ଦେଖିବା ଏକ କାରଣ ହୋଇପାରେ। ଯୁକ୍ତରାଷ୍ଟ୍ର ଆମେରିକାରେ, ଅନଲାଇନ୍ ଶିକ୍ଷା ପାଇଁ ପିଲା ମାନେ ଇଣ୍ଟରନେଟ୍ର ବହୁଳ ବ୍ୟବହାର କରୁଛନ୍ତି। ଏହାଦ୍ବାରା ପର୍ଣ୍ଣ ଭିଡିଓ ତାଙ୍କ ପାଖକୁ ସହଜରେ ପହଞ୍ଚି ପାରୁଛି। ଦିନକୁ ଦିନ ପିଲାଙ୍କର ପର୍ଣ୍ଣ ଭି଼ଡିଓ ଦେଖିବା ପ୍ରତି ଆଡିକ୍ସନ ଏକ ଚିନ୍ତାର କାରଣ ପାଲଟିଛି ଏବଂ ଏଥିରୁ କେମିତି ପିଲାଙ୍କୁ ଦୂରେଇ ରଖିହେବ ସେନେଇ ସ୍କୁଲ୍ ପକ୍ଷରୁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀ।