ଯେଉଁ ସ୍ଥାନର କେଶକୁ ଅଦରକାରୀ ଭାବି କାଟିବାକୁ ଚାହୁଁଛନ୍ତି : ଏହାର ଉପକାରୀତା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
11/07/2019 at 5:11 PM

ଅଧିକାଂଶ ମହିଳା ଯୈାନାଙ୍ଗ ଏବଂ କାଖରେ ଉଠିଥିବା କେଶକୁ ଅଦରକାରୀ ଭାବିଥାନ୍ତି ଏବଂ ଏହାକୁ ଅତି ଶୀଘ୍ର ହଟାଇବାକୁ ଚାହିଁଥାନ୍ତି। କିନ୍ତୁ ପ୍ରକୃତି ଆମ ଶରୀର ସହ ଯାହା ବି କରିଥାନ୍ତି ତାହାର ଏକ ଖାସ୍ ମହତ୍ତ୍ବ ରହିଥାଏ। ସେହି ଭଳି ଏହି କେଶ ଗୁଡ଼ିକ ରହିବା ମଧ୍ୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ
ଏହି କେଶ ଆମ କୋମଳ ଅଙ୍ଗକୁ ସୁରକ୍ଷା ଦେଇଥାଏ,କାଖରେ ଉଠିଥିବା ଏହି କେଶ ଥଣ୍ଡା ଦିନେ ଉଷ୍ମତା ପ୍ରଦାନ କରିଥାଏ। ଗ୍ରୀଷ୍ମ ଦିନେ ଏହାର କାର୍ଯ୍ୟ ଜଠିଳ ହୋଇଯାଇଥାଏ। ବାସ୍ତବରେ ଗ୍ରୀଷ୍ମଦିନେ ଏହି ସ୍ଥାନରୁ ଝାଳ ଅଧିକ ବାହାରିଥାଏ ଏବଂ ଏହି କେଶ ଝାଳ ଶୁଖିବାର କାର୍ଯ୍ୟ କରିଥାଏ।
ଏଥିପାଇଁ ଏହି କେଶର ଉପଯୋଗିତା ଅଧିକ ବଢ଼ିଯାଇଥାଏ। ଝାଳ ଯୋଗୁଁ ଦୁର୍ଗନ୍ଧ ବାହାରିଥାଏ କିନ୍ତୁ ଗାଧୋଇବା ସମୟରେ ଭଲ ଭାବେ ସଫା କରିବା ଦ୍ବାରା ଏହି ସମସ୍ୟାକୁ ଦୂର କରାଯାଇପାରେ।
ସ୍ଲିଭଲେସ୍ ପିନ୍ଧୁଥିବା ମହିଳା ଏବଂ ଝିଅମାନେ କାଖରେ ହୋଇଥିବା କେଶକୁ ସେଭ କରି ରଖିପାରିବେ, ଯାହା ଦ୍ବାରା ଆପଣ ଚିନ୍ତାମୁକ୍ତ ହୋଇ ଫ୍ୟାସନର ଆନନ୍ଦ ନେଇ ପାରିବେ। କିନ୍ତୁ ଯୈାନାଙ୍ଗର କେଶକୁ ସେଭ କରିବା ପରିବର୍ତେ ଏହି କେଶକୁ ଟ୍ରିମ୍ କରିବା ଜରୁରୀ।