ୟୁଟ୍ୟୁବର ହିର ଖାନ୍‌ଙ୍କ ପାକିସ୍ତାନୀ ଲିଙ୍କ୍ ! ପାକିସ୍ତାନୀ କ୍ରିକେଟରଙ୍କ ସହ ସଂପର୍କ ନେଇ କହିଥିଲେ ମା’, ହେବ ଯାଞ୍ଚ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୧।୯: ପ୍ରୟାଗରାଜ ଖୁଲଦାବାଦରୁ ଗିରଫ ହୋଇଥିବା ୟୁଟ୍ୟୁବର ହିର ଖାନ୍ ଙ୍କୁ ନେଇ ଏକ ବଡ ଖୁଲାସା ହୋଇଛି । ହିନ୍ଦୁ ଦେବାଦେବୀଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ ଦେଇଥିବା ଅଭିଯୋଗରେ ହିର ଖାନ୍ ଗିରଫ ହୋଇଥିଲେ । ହିରଙ୍କର ପାକିସ୍ତାନୀ ଲିଙ୍କ୍ ଥିବା ତାଙ୍କ ମା’ ପ୍ରକାଶ କରିଛନ୍ତି । ସେ ପାକିସ୍ତାନର ଜଣେ ପ୍ରଖ୍ୟାତ କ୍ରିକେଟରଙ୍କୁ ନିଜ ସଂପର୍କୀୟ ବୋଲି କହିଥିଲେ । ସେ ଏହି କ୍ରିକେଟରଙ୍କ ସହ କଥାବାର୍ତ୍ତା ହୋଇଥିବା ମଧ୍ୟ ସ୍ବୀକାର କରିଛନ୍ତି ।

ହିରଙ୍କ ମା’ଙ୍କ କହିଥିଲେ ଯେ, ପାକିସ୍ତାନୀ କ୍ରିକେଟର କେତେଥର ତାଙ୍କ ପରିବାରଲୋକଙ୍କ ହାଲଚାଲ ଜାଣିବା ପାଇଁ ଫୋନ୍ କରିଥିଲେ । ହିର ଖାନ୍ ମଧ୍ୟ ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ସଂପର୍କୀୟଙ୍କ ସହ ଫୋନ୍ ରେ କଥାବାର୍ତ୍ତା କରନ୍ତି । କିନ୍ତୁ ପାକିସ୍ତାନୀ ସଂପର୍କୀୟଙ୍କୁ ବଞ୍ଚାଇବାକୁ ଯାଇ କହିଛନ୍ତି ଯେ, ତାଙ୍କର ଏହି ଘଟଣା ସହ କିଛି ସଂପର୍କ ନାହିଁ । ସେ ପାକିସ୍ତାନୀ କ୍ରିକେଟେର ନାଁ ମଧ୍ୟ ଠିକ୍ ସେ କହିପାରିନଥିଲେ ।

ହିରଙ୍କ ମା’ଙ୍କ କହିବା ଅନୁଯାୟୀ ଯାଞ୍ଚ କରାଯିବ । ଏହି ମାମଲାରେ ହିର କିଛି ହେଲେ ସ୍ପଷ୍ଟ କରିନାହାନ୍ତି । ଏହି ମାମଲାରେ ହିରଙ୍କୁ ପଚରାଉଚରା କରାଯିବ । ହିରଙ୍କ ମା’ବୟାନ ମଧ୍ୟ ରେକର୍ଡ କରାଯିବ । କ୍ରିକେଟରଙ୍କ ସହ ହିରଙ୍କର ପ୍ରକୃତରେ କିଛି ସଂପର୍କ ଅଛି କି ନାହିଁ ତାହାର ଯାଞ୍ଚ କରାଯିବ । ହିରଙ୍କ ଏଭଳି କାମ ପଛରେ କ୍ରିକେଟର କିମ୍ବା ଅନ୍ୟ କେହି ପାକିସ୍ତାନୀଙ୍କ ହାତ ରହିଛି କି ନାହିଁ ତାର ତଦନ୍ତ ହେବ ।

ଅନ୍ୟପଟେ ହିରଙ୍କ ମା’ ତାଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ତାଙ୍କ କାମକୁ ନେଇ ସେ ପଶ୍ଚତାପ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି । ଏଥିପାଇଁ ସେ କ୍ଷମା ମାଗିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଏସଏସପି କହିଛନ୍ତି ଏହି ମାମଲା ଅଧିକ ଗମ୍ଭୀର । ହିର ଖାନ୍ ୫ ଦିନିଆ ରିମାଣ୍ଡରେ ଅଛନ୍ତି । ଏଥିପାଇଁ ତାଙ୍କୁ ପଚରାଉଚରା କରିବାକୁ ଏଟିଏସ ଏବଂ ଏସଟିଏଫ ସହ ଅନ୍ୟ ଯାଞ୍ଚ ଏଜେନ୍ସୀ ମଧ୍ୟ ନିୟୋଜିତ ଅଛନ୍ତି । ତାଙ୍କ ଅନୁଯାୟୀ ସୋସିଆଲ ମିଡିଆ ମାଧ୍ୟମରେ ହିର ଖାନ୍ ଦେଶର ଅନେକ ରାଜ୍ୟ ଏବଂ ପାକିସ୍ତାନ ସମେତ ଅନ୍ୟ ଦେଶ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.