IAS ଅଫିସରଙ୍କୁ ବିଚାରପତିଙ୍କ ତାଗିଦ୍: କୋର୍ଟରେ କେମିତି ଡ୍ରେସ ପିନ୍ଧାଯାଏ ଜାଣିନ ? ସିନେମା ହଲକୁ ଆସିଛ...

Published By : Prameya-News7 Bureau | June 12, 2022 IST

ପଟନା; ମାମଲାର ଶୁଣାଣି ବେଳେ ଆଇଏଏସ୍‌ଙ୍କ ଡ୍ରେସ୍‌କୋଡକୁ ନେଇ ତାଗିଦ୍ କଲେ ବିଚାରପତି। କହିଲେ କୋର୍ଟରେ କେମିତି ଡ୍ରେସ୍ ପିନ୍ଧାଯାଏ ଜାଣିନ..? ସିନେମା ଦେଖି ଆସିଛ କି...?

ଆଜିକାଲି  ଅନ୍‌ଲାଇନ୍‌ରେ ସୁଣାଣି ଯୋଗୁ କୋର୍ଟର ରାୟ ଭିଡିଓ ଆକାରରେ ବାହାରକୁ ଆସୁଛି ଆଉ ସୋସିଆଲ୍ ମିଡିଆରେ ଏହା ଭାଇରାଲ ହେଉଛି। ବିହାରରୁ ଏମିତି ଏକ ଭିଡିଓ ଆସିଛି, ଯେଉଁଥିରେ ପାଟନା ହାଇକୋର୍ଟ ବିଚାରପତି IAS ଅଫିସରଙ୍କୁ ତାଙ୍କ ଡ୍ରେସିଂ ସେନ୍ସ ପାଇଁ ତାଗିଦ୍ କରୁଛନ୍ତି।

ବିହାରର ସହର ବିକାଶ ଓ ଗୃହ ବିଭାଗର ମୁଖ୍ୟ ସଚିବ ଆନନ୍ଦ କିଶୋର ଏକ ଧଳା ଶାର୍ଟ ପିନ୍ଧିବା ସହ କଲର ଖୋଲା ରଖିଥିବାରୁ ବିଚାରପତି ଅଫିସରଙ୍କୁ ସଭ୍ୟତାର ପାଠ ପଢ଼ାଇଛନ୍ତି। ଭାଇରାଲ୍ ଭିଡିଓରେ ବଚାରପତି କହୁଛନ୍ତି " କୋର୍ଟରେ କେମିତି ଡ୍ରେସ୍‌କୋଡ ପିନ୍ଧିବା କଥା ଆପଣ ଜାଣି ନାହାନ୍ତି ? କଣ ଆପଣ ମସୁରୀରେ ଥିବା IAS ଟ୍ରେନିଂ ସ୍କୁଲ୍‌ ଯାଇ ନାହାନ୍ତି?" ପ୍ରୟା ଦୁଇ ମିନିଟ୍‌ରେ ଏହି ଭିଡିଓର ବିଚାରପତି  ଆନନ୍ଦଙ୍କୁ ଏପରି ତାଗିଦ କରୁଥିବାର ଦେଖାଯାଉଛି।

wp:html /wp:html

ବିଚରାପତି କହିଛନ୍ତି "ଏହା କଣ ? ବିହାର ଆଇଏସ୍‌ ଅଫିସରମାନଙ୍କୁ କଣ ହେଇଛି ?। କୋର୍ଟରେ କେମିତି ଉପସ୍ଥିତ ହେବାକୁ ହୁଏ ସେମାନେ ଜାଣୁ ନାହାନ୍ତି। ଫର୍ମାଲ ଡ୍ରେସ୍‌ମାନେ ଅନ୍ତତପକ୍ଷ କୋଟ୍ ପିନ୍ଧିବା ଦରକାର। ଏବଂ କଲ ଏମିତି ଖୋଲା ହେବା କଥା ନୁହେଁ।"

ତେବେ IAS ଅଫିସର ମଧ୍ୟ ନିଜ ପକ୍ଷରୁ ଓକିଲାତି କରି ବିଚାରପତି ଜବାବ ଦେଇଛନ୍ତି। ଖରାଦିନରେ କୋର୍ଟରେ ପିନ୍ଧିବା ପାଇଁ ସେମିତି କୌଣସି ଡ୍ରେସ୍‌ କୋଡ ନାହିଁ ବୋଲି ଅଫିସର କହିଥିଲେ। ହେଲେ ବିଚାରପତି କିନ୍ତୁ ତାଙ୍କର ଉତ୍ତରରେ ସନ୍ତୁଷ୍ଟ ହୋଇନଥିଲେ।

କୋର୍ଟ କହିଥିଲେ "ଯେତେବେଳେ କୋର୍ଟକୁ ଆସୁଛନ୍ତି ସେତେବେଳେ ଠିକ୍‌ ଭାବରେ ପୋଷାକ ପିନ୍ଧି ଆସିବା ଦରକାର। ଏଇଟା କଣ ଗୋଟେ ସିନେମା ହଲ୍‌ ?"ସୂଚନା ଥାଉକି କୋର୍ଟରେ ଅଫିସରମାନଙ୍କର ଫର୍ମାଲ ଡ୍ରେସ୍‌ କୋଡ୍ ରହିବା ଦରକାର। ତେବେ ସୋସିଆଲ୍ ମିିଡିଆରେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିିଛି। କେହି କେହି ବଚାରପତିଙ୍କ ତାଗିଦକୁ ସଠିକ ଦର୍ଶାଇଥିବା ବେଳେ କେତେକ ବିଚାରପତିଙ୍କୁ ସମାଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.